ରାଜ୍ୟରେ ୬୯୭୦ ଭିକାରୀ
ରାଜ୍ୟରେ ୬୯୭୦ ଭିକାରୀ
ଭୁବନେଶ୍ବର: ରାଜ୍ୟରେ କେତେ ଅଛନ୍ତି ଭିକାରୀ ? କେତେ ପୁରୁଷ କେତେ ମହିଳା ? ଏହାସହ ଶିଶୁ ଭିକାରୀ ସଂଖ୍ୟା କେତେ ? କେଉଁ ଜିଲ୍ଲାରେ କେତେ ଭିକାରୀ ଅଛନ୍ତି ? ବିଧାନସଭାରେ ଏହି ପ୍ରଶ୍ନ ପଚାରିଥିଲେ ସମ୍ବଲପୁର ରେଙ୍ଗାଲୀ ବିଧାୟକ ନାଉରୀ ନାୟକ ।
ଉତ୍ତରରେ ଭିନ୍ନକ୍ଷମ ସାମାଜିକ କଲ୍ୟାଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬ ହଜାର ୯୭୦ ଜଣ ଭିକାରୀଙ୍କୁ ଚିହ୍ନଟ କରାଯାଇଛି । ଏଥି ମଧ୍ୟରୁ ୪ ହଜାର ୧୨୮ ପୁରୁଷ ଭିକାରୀ ଥିବାବେଳେ ୨ ହଜାର ୮୪୨ ମହିଳା ଭିକାରୀ ଅଛନ୍ତି । ଏହାସହ କଟକରେ ସର୍ବାଧିକ ୧ ହଜାର ୬୦ ଜଣ ଭିକାରୀ ଅଛନ୍ତି । ବରଗଡ ଜିଲ୍ଲାରେ ୫୯୫ ଜଣ ଭିକାରୀ ଅଛନ୍ତି । ତୃତୀୟ ସ୍ଥାନରେ ରହିଛି ଗଞ୍ଜାମ ଜିଲ୍ଲା । ଯେଉଁଠାରେ ଅଛନ୍ତି ୫୪୫ ଜଣ ଭିକାରୀ ବୋଲି ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଛନ୍ତି ।ସେହିପରି ଖୋର୍ଦ୍ଧା ଜିଲ୍ଲାରେ ୪୧୮ ଜଣ, ପୁରୀରେ ୩୫୦ ଜଣ, ବଲାଙ୍ଗିର ୫୦୨ ଜଣ,ସୁନ୍ଦରଗଡରେ ୪୪୭ ଜଣ, ନୂଆପଡାରେ ୩୫୪ ଜଣ, ସମ୍ବଲପୁରରେ ୪୪ ଜଣ, କଳାହାଣ୍ଡିରେ ୩୬୩ ଜଣ, ଦେବଗଡ ଜିଲ୍ଲାରେ ୮ ଜଣ, କେନ୍ଦ୍ରାପଡା ଜିଲ୍ଲାରେ ୨୨ ଜଣ ଆଉ ବୌଦ୍ଧ ଜିଲ୍ଲାରେ ସର୍ବନିମ୍ନ ୫ ଜଣ ଭିକାରୀ ଥିବା ମନ୍ତ୍ରୀ କହିଛନ୍ତି ।ସେହିଭଳି ଚିହ୍ନଟ ଭିକାରୀଙ୍କ ଥଇଥାନ ପାଇଁ ନିଳାଦ୍ରୀ ନିଳୟ, ଏକାମ୍ର ନିଳୟ, ଭିକାରୀ ପୁନର୍ବାସ କେନ୍ଦ୍ର ଭଳି କାର୍ୟ୍ୟକ୍ରମ ଜରିଆରେ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଛନ୍ତି ।




admin 