ରାଜ୍ୟରେ ୨୪ ଘଣ୍ଟାରେ ୭, ୨୯୧ ସଂକ୍ରମିତ ଚିହ୍ନଟ

ରାଜ୍ୟରେ ୨୪ ଘଣ୍ଟାରେ ୭, ୨୯୧ ସଂକ୍ରମିତ ଚିହ୍ନଟ

ରାଜ୍ୟରେ ୨୪ ଘଣ୍ଟାରେ ୭, ୨୯୧ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର:  ଗତ ୨୪ ଘଣ୍ଟାରେ ରାଜ୍ୟରେ ୭,୨୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ ଭାବେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୯୫୪ ଜଣ ଅଛନ୍ତି। ସେହିପରି ୪୨୨୬ ଜଣ କ୍ୱାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା ବେଳେ ୩୦୬୫ଟି ସ୍ଥାନୀୟ ସଂକ୍ରମଣ ରହିଛି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧,୭୦୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ଼ ସୁନ୍ଦରଗଡ଼ରୁ ୬୪୬, କଟକରୁ ୫୬୧, ଷ୍ଟେଟ୍ପୁଲ୍ରୁ ୩୬୫, ବାଲେଶ୍ୱରରୁ ୩୪୩, ରାୟଗଡ଼ାରୁ ୨୯୫, ସୁବର୍ଣ୍ଣପୁରରୁ ୨୮୨, ମୟୂରଭଞ୍ଜରୁ ୨୨୯, ବଲାଙ୍ଗିରରୁ ୨୧୮, ଯାଜପୁରରୁ ୨୦୩, ନୟାଗଡ଼ରୁ ୧୯୨, ଅନୁଗୋଳରୁ ୧୮୩, ସମ୍ବଲପୁରରୁ ୧୭୬, ନୂଆପଡ଼ାରୁ ୧୬୦, କେନ୍ଦୁଝରରୁ ୧୩୨ ଓ ବରଗଡ଼ରୁ ୧୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହାବାଦ  ଭଦ୍ରକରୁ ୯୭,  ବୌଦ୍ଧ ୫୫, ଦେବଗଡ଼ ୬୨,  ଢେଙ୍କାନାଳ ୯୬, ଗଜପତି ୯୫,ଗଞ୍ଜାମ ୫୦, ଜଗତସିଂହପୁର ୧୨୧,ଝାରସୁଗୁଡ଼ା ୮୩,କନ୍ଧମାଳ ୯୮,  କେନ୍ଦ୍ରାପଡ଼ା ୧୦୯, କୋରାପୁଟ ୧୧୧, ମାଲକାନଗିରି ୫୭ ଓ  ପୁରୀରୁ ୧୧୬ ପଜିଟିଭ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୧୧ ହଜାର ୯୫୧ରେପହଞ୍ଚିଥିବା ବେଳେ ୧୧ ଲକ୍ଷ ୨୧ହଜାର ୯୫୧ଜଣ ସୁସ୍ଥ ହୋଇସାରିଲେଣି। ଏବେ ରାଜ୍ୟରେ ୮୧ ହଜାର ୭୬୫ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ସେହିପରି କରୋନା ମୃତ୍ୟୁ ସଂଖ୍ୟା ୮,୫୨୫କୁ ବୃଦ୍ଧି ପାଇଛି।