ଦୁର୍ଘଟଣାରେ ଗଲା ୩ ଜୀବନ

ଦୁର୍ଘଟଣାରେ ଗଲା ୩ ଜୀବନ

ଦୁର୍ଘଟଣାରେ ଗଲା ୩ ଜୀବନ

ବାରିପଦା:  ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ଯୋଡ଼ିବାରୁ ନିକଟରେ ଏକ ଟ୍ରକ୍ ଓଲଟି ୩ ଜଣଙ୍କ ଜୀବନ ଯାଇଛି।  ଦୁର୍ଘଟଣାରେ ଚାରି ଜଣ ଆହତ ହୋଇଛନ୍ତି। ମୃତକମାନେ ହେଲେ ଜନି ଭକ୍ତା, ତାଙ୍କ ସ୍ଵାମୀ ଦୈରା ଭକ୍ତା ଓ ସାନଫାଗୁ ମାଝୀ ।

ରବିବାର ଅପରାହ୍ଣ  ଗୋଟାଏରେ  ନିକଟସ୍ଥ ଵେସରପାଣି ଲୋଧାସାହିର ଲୋକେ କେନ୍ଦୁଆ ଗ୍ରାମ ପଞ୍ଚାୟତରୁ ରାସନ୍ ଚାଉଳ ନେଇ ଏକ ଟ୍ରକ୍ରେ ଫେରୁଥିଲେ। ଏହି ସମୟରେ ଟ୍ରକ୍ଟି ଯୋଡ଼ିବାରୁ  ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡିଥିଲା। ଘଟଣାସ୍ଥଳରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଥିଲେ। ସେମାନଙ୍କୁ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗତକାଲି ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।