ରାଜ୍ୟରେ ୧୧୯୬ ପଜିଟିଭ ଚିହ୍ନଟ
ରାଜ୍ୟରେ ୧୧୯୬ ପଜିଟିଭ ଚିହ୍ନଟ
ଭୁବନେଶ୍ୱର: ୨ ଦିନ ରାଜ୍ୟରେ ସଂକ୍ରମଣ ହଜାରେ ତଳେ ରହିଥିବା ବେଳେ ବୁଧବାରଠୁ ସଂକ୍ରମଣ ହଜାର ଟପିଛି। ଆଜି ୧୧୯୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୯୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୯୯ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୪୯୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୬୯ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୦୩୧୯୧ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
୨୮ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୩୧୨ ଜଣ,ସୁନ୍ଦରଗଡ଼ରୁ ୧୭୪ ଜଣ, କଟକରୁ ୧୦୯ ଜଣ, ମୟୂରଭଞ୍ଜରୁ ୧୦୨ ଜଣ, ସମ୍ବଲପୁରରୁ ୭୦ ଜଣ, ସୋନପୁରରୁ ୫୦ ଜଣ, ନୟାଗଡ଼ରୁ ୩୬ ଜଣ, ଝାରସୁଗୁଡ଼ାରୁ ୩୩ ଜଣ,ଯାଜପୁରରୁ ୨୮ ଜଣ, ପୁରୀରୁ ୨୭ ଜଣ, ବାଲେଶ୍ବର ଓ ରାୟଗଡ଼ା ଜିଲ୍ଲାରୁ ୧୯ ଜଣ ଲେଖାଁଏ, ବୌଦ୍ଧରୁ ୧୬ ଜଣ, ବଲାଙ୍ଗୀର ଓ ଜଗତସିଂହପୁର ଜିଲ୍ଲାରୁ ୧୫ ଜଣ ଲେଖାଁଏ, କେନ୍ଦୁଝରରୁ ୧୪ ଜଣ, ବରଗଡ଼, ଭଦ୍ରକ ଓ ନବରଙ୍ଗପୁର ଜିଲ୍ଲାରୁ ୧୨ ଜଣ ଲେଖାଁଏ, କେନ୍ଦ୍ରାପଡ଼ାରୁ ୧୧ ଜଣ, କୋରାପୁଟରୁ ୯ ଜଣ, ଗଜପତି ଓ କଳାହାଣ୍ଡି ଜିଲ୍ଲାରୁ ୬ ଜଣ ଲେଖାଁଏ, କନ୍ଧମାଳରୁ ୫ ଜଣ, ଅନୁଗୁଳରୁ ୪ ଜଣ, ଦେବଗଡ଼ ଓ ଢ଼େଙ୍କାନାଳ ଜିଲ୍ଲାରୁ ୩ ଜଣ ଲେଖାଁଏ, ଗଞ୍ଜାମରୁ ୨ ଜଣ ଏବଂ ଷ୍ଟେଟ୍ ପୁଲ୍ରୁ ୭୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩୦୩୧୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୦୯୩ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୮୬୯୧୫ ଜଣ ସୁସ୍ଥ ହୋଇଛନ୍ତି ।