ରାଜ୍ୟରେ ପ୍ରଥମ ଓମିକ୍ରନ ମୃତ୍ୟୁ!
ରାଜ୍ୟରେ ପ୍ରଥମ ଓମିକ୍ରନ ମୃତ୍ୟୁ!
ବଲାଙ୍ଗୀର : ଓଡିଶାରେ ପ୍ରଥମ ଓମିକ୍ରନଜନିତ ମୃତ୍ୟୁ ହୋଇଥିବା ଜଣାପଡିଛି । ବଲାଙ୍ଗୀରରେ ରାଜ୍ୟର ପ୍ରଥମ ଓମିକ୍ରନଜନିତ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ଜଣଙ୍କ ଆଗଲପୁର ବ୍ଲକ ଅଂଚଳର ବୋଲି ସୂଚନା ମିଳିଛି । ମୃତକ ୪୫ବର୍ଷୀୟା ଜଣେ ମହିଳା ହୋଇଥିବା ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ ଉକ୍ତ ମହିଳା ଗତ ୨୨ତାରିଖରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଭୀମ ଭୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସ୍ଥିତି ଜଟିଳ ହେବାରୁ ତାଙ୍କୁ ବୁର୍ଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସେ ୨୩ରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ତାଙ୍କ ନମୁନାକୁ ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା । ତେବେ ରିପୋର୍ଟ ଆସିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଜିନୋମ ସିକ୍ୱେନ୍ସିଂ ରିପୋର୍ଟ ଆସିବା ପରେ ସେ ଓମିକ୍ରନ ଆକ୍ରାନ୍ତ ଥିବା ଜଣାପଡିଛି । ତେବେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଛି କରିଛନ୍ତି ନା ଓମିକ୍ରନରେ, ତାହା କହିହେବ ନାହିଁ ବୋଲି ସିଡିଏମଓ କହିଛନ୍ତି । ମୃତ୍ୟୁ ପରେ ତାଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ତେବେ ବର୍ତ୍ତମାନ ଉକ୍ତ ଅଂଚଳରେ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି ବୋଲି ସିଡିଏମଓ କହିଛନ୍ତି ।




admin 