ରାଜ୍ୟରେ ପୁଣି କରୋନା ଟେଷ୍ଟିଂ ବଢ଼ିବ

ରାଜ୍ୟରେ ପୁଣି କରୋନା ଟେଷ୍ଟିଂ ବଢ଼ିବ

ରାଜ୍ୟରେ ପୁଣି କରୋନା ଟେଷ୍ଟିଂ ବଢ଼ିବ
ଭୁବନେଶ୍ୱର: ଓଡ଼ିଶାରେ କରୋନା ସଂକ୍ରମଣ ନିୟନ୍ତ୍ରଣାଧୀନ ଥିଲେ ବି ଦେଶର କିଛି ରାଜ୍ୟ ଏବେ ଚିନ୍ତା ବଢ଼ାଇ ଦେଇଛନ୍ତି । ମହାରାଷ୍ଟ୍ର ସମେତ କିଛି ରାଜ୍ୟରେ କରୋନା ସଂକ୍ରମଣ ପୁଣି ଉପରମୁହାଁ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ରାଜ୍ୟରେ ଟେଷ୍ଟିଂ ବଢ଼ାଇବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହି ପ୍ରକି୍ରୟାକୁ ତଦାରଖ କରିବା ପାଇଁ ବିଭାଗର ଜଣେ ସ୍ୱତନ୍ତ୍ର ସଚିବଙ୍କ ସହ ୬ ଡାକ୍ତରଙ୍କୁ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ପୂର୍ବରୁ କୋଭିଡ ଟେଷ୍ଟିଂ ମାର୍ଚ୍ଚ ୩୧ ଯାଏ ଚାଲିବ ବୋଲି ଘୋଷଣା ହୋଇଥିଲା । ତେବେ ବର୍ତ୍ତମାନ ପରିସ୍ଥିତିକୁ ନଜରରେ ରଖି ଟେଷ୍ଟିଂ ଅବଧି ଅପ୍ରିଲ ୩୦ ଯାଏ ବଢ଼ାଇ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି ଯେ ଦେଶରେ ଦୈନିକ କରୋନା ସଂକ୍ରମଣ ୮ ହଜାରକୁ ଖସି ଆସିଥିଲା ବେଳେ ଏବେ ପୁଣି ୨୩ ହଜାରକୁ ବୃଦ୍ଧି ପାଇଛି । ଓଡ଼ିଶାରେ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ଅଛି । କିନ୍ତୁ ଆମକୁ ସତର୍କ ରହିବାକୁ ପଡ଼ିବ । ବାହାର ରାଜ୍ୟରୁ ଆସୁଥିବା କରୋନା ସକ୍ରମିତଙ୍କ ପାଇଁ ଯେପରି ଏଠାକାର ଲୋକ ସଂକ୍ରମିତ ନ ହୁଅନ୍ତି ସେଥିପ୍ରତି ଆମେ ଗୁରୁତ୍ୱ ଦେଉଛୁ ।