ଆଜିଠାରୁ ଲଗାତାର ଭାବେ ଚାରି ଦିନ ବ୍ୟାଙ୍କ ବନ୍ଦ ରହିବ

ଆଜିଠାରୁ ଲଗାତାର ଭାବେ ଚାରି ଦିନ ବ୍ୟାଙ୍କ ବନ୍ଦ ରହିବ

ଆଜିଠାରୁ ଲଗାତାର ଭାବେ ଚାରି ଦିନ ବ୍ୟାଙ୍କ ବନ୍ଦ ରହିବ
ଭୁବନେଶ୍ୱର: ଆଜିଠାରୁ ଲଗାତାର ଭାବେ ଚାରି ଦିନ ବ୍ୟାଙ୍କ ବନ୍ଦ ରହିବ । ଚଳିତ ମାସର ଦ୍ୱିତୀୟ ଶନିବାର ହୋଇଥିବାରୁ ଆଜି ଏବଂ ରବିବାର ଦିନ ସ୍ୱାଭାବିକ ଭାବେ ବ୍ୟାଙ୍କ ବନ୍ଦ ରହିବ । ଏହାର ପରବର୍ତ୍ତୀ ଦୁଇ ଦିନ ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ ଧର୍ମଘଟ ଡାକରା ଦେଇଥିବାରୁ ବ୍ୟାଙ୍କ ବନ୍ଦ ରହିବ । ଚଳିତ ମାସ ୧୫ (ସୋମବାର) ଓ ୧୬ ମଙ୍ଗଳବାର) ଦୁଇ ଦିନ ଧରି ବ୍ୟାଙ୍କ ୟୁନିୟନ ଧର୍ମଘଟ ଡାକରା ଦେଇଛି । ଧର୍ମଘଟ ପ୍ରତ୍ୟାହାର ହେବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ତେଣୁ ଏହା ଧରି ନେବାକୁ ହେବ ଯେ ପୂର୍ବ ନିର୍ଦ୍ଧାରିତ ତାରିଖରେ ହିଁ ଧର୍ମଘଟ ହେବ ଏବଂ ବ୍ୟାଙ୍କ ଶାଖା ବନ୍ଦ ରହିବ ।