ରାଜମାତାଙ୍କ ସ୍ମୃତିରେ ୧୦୦ ଟଙ୍କିଆ ମୁଦ୍ରା ଉନ୍ମୋଚନ କଲେ ମୋଦି

ରାଜମାତାଙ୍କ ସ୍ମୃତିରେ ୧୦୦ ଟଙ୍କିଆ ମୁଦ୍ରା ଉନ୍ମୋଚନ କଲେ ମୋଦି

ରାଜମାତାଙ୍କ ସ୍ମୃତିରେ ୧୦୦ ଟଙ୍କିଆ ମୁଦ୍ରା ଉନ୍ମୋଚନ କଲେ ମୋଦି
ନୂଆଦିଲ୍ଲୀ :ରାଜମାତା ବିଜୟା ରାଜେ ସିନ୍ଧିଆଙ୍କ ଜନ୍ମଜୟନ୍ତୀ ଅବସରରେ କେନ୍ଦ୍ର ସରକାର ୧୦୦ ଟଙ୍କିଆ ନୋଟ୍‌ ଜାରି କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜମାତା ସିନ୍ଧିଆଙ୍କ ଜୟନ୍ତୀ ଅବସରରେ ୧୦୦ଟଙ୍କିଆ ସ୍ବତନ୍ତ୍ର ମୁଦ୍ରା ଜାରି କରିଛନ୍ତି । ରାଜମାତା ବିଜୟା ରାଜେ ସିନ୍ଧିଆଙ୍କର ଆଜି ୧୦୧ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମୁଦ୍ରାକୁ ଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜାରି କରିଛନ୍ତି । ୧୯୧୯ ମସିହା ଅକ୍ଟୋବର ୧୨ ତାରିଖରେ ବିଜୟା ରାଜେ ସିନ୍ଧିଆ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପ୍ରକୃତ ନାଁ ହେଉଛି ଦେବୀଶ୍ବରୀ ଦେବୀ । ତେବେ ସେ ଗ୍ବାଲିୟରର ରାଜମାତା ଭାବେ ବେଶ୍‌ ଲୋକପ୍ରିୟ । ଭାରତୀୟ ରାଜବଂଶର ରାଣୀ ହେବା ସହିତ ପ୍ରଭାବଶାଳୀ ରାଜନୈତିକ ବ୍ୟକ୍ତିତ୍ବ ଭାବେ ମଧ୍ୟ ସେ ବେଶ୍‌ ପରିଚିତି ହାସଲ କରିଥିଲେ । ରାଜମାତା ବିଜୟା ରାଜେ ସିନ୍ଧିଆଙ୍କ ନାଁରେ ଜାରି ହୋଇଥିବା ଏହି ମୁଦ୍ରାର ଗୋଟିଏ ପାର୍ଶ୍ବରେ ତାଙ୍କ ଜନ୍ମ ବର୍ଷ ଲେଖାଥିବାବେଳେ ଅନ୍ୟ ପାର୍ଶ୍ବରେ ଅଶୋକ ସ୍ତମ୍ଭ ରହିଛି । ଅଶୋକ ସ୍ତମ୍ଭ ଉଭୟ ପଟେ ହିନ୍ଦୀ ଏବଂ ଇଂରାଜୀରେ ଭାରତ ଲେଖା ହୋଇଛି । ସେହିଭଳି ଗୋଟିଏ ପଟେ ହିନ୍ଦୀ ଏବଂ ଅନ୍ୟ ପଟେ ଇଂରାଜୀରେ ରାଜମାତା ବିଜୟା ରାଜେ ସିନ୍ଧିଆଙ୍କ ଜନ୍ମ ଶତାବ୍ଦୀ ଲେଖା ହୋଇଛି । ସୂଚନା ଅନୁସାରେ ଏହି ସ୍ବତନ୍ତ୍ର ୧୦୦ ଟଙ୍କିଆ ମୁଦ୍ରା ଜାରି ହେବା ଫଳରେ ଫଳରେ ସିନ୍ଧିଆ ପରିବାର ଏଭଳି ପ୍ରଥମ ପରିବାର ଯାହା ପାଇଁ ରାଜ୍ୟ ସରକାର ମୁଦ୍ରା ଜାରି କରିଛନ୍ତି ।