୧୬ ରେ ବର୍ଷା-ଅନୁଭବ ମାମଲାର ଶୁଣାଣି

୧୬ ରେ ବର୍ଷା-ଅନୁଭବ ମାମଲାର ଶୁଣାଣି

୧୬ ରେ ବର୍ଷା-ଅନୁଭବ ମାମଲାର ଶୁଣାଣି
ନୂଆଦିଲ୍ଲୀ: ଆସନ୍ତା ୧୬ ତାରିଖ ଦିନ ସୁପି୍ରମକୋର୍ଟରେ ଷ୍ଟାର ଦମ୍ପତି ଅନୁଭବ ମହାନ୍ତି ଓ ବର୍ଷା ପି୍ରୟଦର୍ଶନୀଙ୍କ ମାମଲାର ଶୁଣାଣି ହେବ । ସୁପି୍ରମକୋର୍ଟ ବିଚାରପତି ହୃଷିକେଶ ରାୟଙ୍କ ଜଣିକିଆ ଖଣ୍ଡପୀଠରେ ବର୍ଷା ପି୍ରୟଦର୍ଶିନୀଙ୍କ ଆବେଦନ ଉପରେ ଏହି ମାମଲାର ଶୁଣାଣି ହେବ ବୋଲି ଜଣାପଡ଼ିଛି । ଗତ ମାସ ୧୬ ତାରିଖରେ ବର୍ଷା ପି୍ରୟଦର୍ଶିନୀଙ୍କ ପକ୍ଷରୁ ସ୍ଥାନୀୟ ପଟିଆଲା ହାଉସ ପାରିବାରିକ ଅଦାଲତରେ ଅନୁଭବଙ୍କ ଦ୍ୱାରା ଦାଖଲ ଛାଡ଼ପତ୍ର ମାମଲାକୁ କଟକ ପାରିବାରିକ ଅଦାଲତକୁ ସ୍ଥାନାନ୍ତର କରିବା ଲାଗି ଏକ ଟ୍ରାନ୍ସଫର ପିଟିସନ ଦାଖଲ କରାଯାଇଥିଲା । ସେ ଦର୍ଶାଇଥିଲେ ଯେ ବିଭିନ୍ନ କାରଣରୁ ତାଙ୍କୁ ସେଠାକୁ ଯିବା ସମ୍ଭବ ପର ହେବ ନାହିଁ । ଅପର ପକ୍ଷେ ଅନୁଭବ ଏକ କ୍ୟାଭିଏଟ ପିଟିସନ ଦାଖଲ କରି ତାଙ୍କ ପକ୍ଷ ରଖିବା ପୂର୍ବରୁ ଏହି ମାମଲାକୁ ସ୍ଥାନାନ୍ତର ନ କରିବାକୁ ପ୍ରାର୍ଥନା କରିଛନ୍ତି । ଉଲ୍ଲେଖଯୋଗ୍ୟ ଗତ ୩ ତାରିଖରେ ଦିଲ୍ଲୀ ପଟିଆଲା ହାଉସ ପାରିବାରିକ ଅଦାଲତ ଡିସେମ୍ବର ୧୦ ରେ ବ୍ୟକ୍ତିଗତ ହାଜର ହେବା ପାଇଁ ନୋଟିସ ଜାରି କରିଥିଲେ ।