ରାଜନୀତିକୁ ବାଏ ବାଏ କଲେ ରଜନୀକାନ୍ତ, କାହିଁକି ରାଜନୀତି ଛାଡିଲେ ଜାଣନ୍ତୁ ପ୍ରକୃତ କାରଣ

ରାଜନୀତିକୁ ବାଏ ବାଏ କଲେ ରଜନୀକାନ୍ତ, କାହିଁକି ରାଜନୀତି ଛାଡିଲେ ଜାଣନ୍ତୁ ପ୍ରକୃତ କାରଣ

ରାଜନୀତିକୁ ବାଏ ବାଏ କଲେ ରଜନୀକାନ୍ତ, କାହିଁକି ରାଜନୀତି ଛାଡିଲେ ଜାଣନ୍ତୁ ପ୍ରକୃତ କାରଣ

ନୂଆଦିଲ୍ଲୀ: ରାଜନୀତିକୁ ବାଏ ବାଏ କହିଛନ୍ତି ସୁପରଷ୍ଟାର ରଜନୀକାନ୍ତ । ଭବିଷ୍ୟତରେ ଆଉ କେବେ ବି ରାଜନୀତିକୁ ଫେରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ସାଉଥ ସୁପରଷ୍ଟାର । ଏ ନେଇ ଆଗକୁ କିଛି ଯୋଜନା ନାହିଁ ବୋଲି ସଫା ସଫା କହିଛନ୍ତି ରଜନୀକାନ୍ତ । ସେ ତାଙ୍କ ନିଜ ଦଳ ରଜନୀ ମକ୍କଲ ମନ୍ଦ୍ରମକୁ ଭାଙ୍ଗି ଦେଇଛନ୍ତି । ସୁପରଷ୍ଟାର ରଜନୀକାନ୍ତ ଆଜି ତାଙ୍କ ପାର୍ଟି ରଜନୀ ମକ୍କଲ ମନ୍ଦ୍ରମର (ଆରଏମଏମ)କୁ ଭାଙ୍ଗି ଦେଇଛନ୍ତି  ।  ସେ ରାଜନୀତିରେ ପ୍ରବେଶ କରିବା ନେଇ ଯେଉଁ କଳ୍ପନାଜଳ୍ପନା ଲାଗି ରହିଥିଲା ଆଜି ତାହାର ଅନ୍ତ ଘଟିଛି ।
ଆରଏମଏମ ଭାଙ୍ଗିବାର ନିଷ୍ପତ୍ତି ଘୋଷଣା କରି ସୁପରଷ୍ଟାର କହିଛନ୍ତି ଯେ ପ୍ରଶଂସକଙ୍କ କଲ୍ୟାଣ ସଙ୍ଗଠନ ଭାବରେ ଆରଏମଏମକୁ ନବୀକରଣ କରାଯିବ। ବିଦ୍ୟମାନ ପରିସ୍ଥିତି ଯୋଗୁଁ ଆମେ ଯାହା ଆଶା କରିଥିଲୁ ତାହା ହୋଇ ପାରିଲା ନାହିଁ । ଭବିଷ୍ୟତରେ ରାଜନୀତିରେ ପ୍ରବେଶ କରିବାକୁ ମୋର କୌଣସି ଯୋଜନା ନାହିଁ ବୋଲି ରଜନୀକାନ୍ତ ଆରଏମଏମ କାର୍ୟ୍ୟକର୍ତ୍ତାଙ୍କ ସହ ସାକ୍ଷାତ ପରେ କହିଛନ୍ତି ।
ପୂର୍ବରୁ ଅଭିନେତା ଆରଏମଏମ ଜରିଆରେ ନିଜର ରାଜନୈତିକ ଜୀବନ ଆରମ୍ଭ କରିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା   ତେବେ ଗତ ଡିସେମ୍ବରରେ ଅଭିନେତା କହିଥିଲେ ଯେ, ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ରାଜନୀତିରେ ଯୋଗଦେବେ ନାହିଁ