ରାଜଧାନୀରୁ ପୁଣି ଜବତ ହେଲା ବ୍ରାଉନସୁଗାର

ରାଜଧାନୀରୁ ପୁଣି ଜବତ ହେଲା ବ୍ରାଉନସୁଗାର

ରାଜଧାନୀରୁ ପୁଣି ଜବତ ହେଲା ବ୍ରାଉନସୁଗାର

ଭୁବନେଶ୍ବର : ଭୁବନେଶ୍ୱରରୁ ପୁଣି ଜବତ ହେଲା ବ୍ରାଉନସୁଗାର । ନୟାପଲ୍ଲୀ ଥାନା ଅଞ୍ଚଳରୁ ୧୦୦ ଗ୍ରାମର ବ୍ରାଉନ୍‌ସୁଗର ଜବତ ହୋଇଛି ।  ଥମୁନି ଧଳାଜହର କାରବାର ।  ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ଦେଲେ ଭୁବନେଶ୍ୱର ଡିସିପି ପ୍ରତୀପ ସିଂହ ।

ଖବର ଅନୁଯାୟୀ, ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ବ୍ରାଉନ୍‌ସୁଗାର କାରବାର ନେଇ ପୋଲସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ପୋଲିସ ଉକ୍ତ ସ୍ଥାନରେ ଚଢାଉ କରି ୧୦୦ ଗ୍ରାମର ବ୍ରାଉନ୍‌ସୁଗର ଜବତ କରିଛି । ଏହାସହିତ ବ୍ରାଉନ୍‌ସୁଗର କାରବାର ୪ଜଣଙ୍କୁ ଗିରଫ କରିଛି ପୋଲିସ ।ତେବେ ଜବତ ହୋଇଥିବା ବ୍ରାଉନ୍‌ସୁଗର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି ।