ରାଜଧାନୀକୁ ଫେରିଲା କଣ୍ଟେନ୍ମେଣ୍ଟ୍ ଜୋନ୍, ଜାଣନ୍ତୁ କେଉଁଠି
ରାଜଧାନୀକୁ ଫେରିଲା କଣ୍ଟେନ୍ମେଣ୍ଟ୍ ଜୋନ୍, ଜାଣନ୍ତୁ କେଉଁଠି
ଭୁବନେଶ୍ୱର: ରାଜ୍ୟର ରାଜଧାନୀକୁ ପୁଣି ଫେରିଛି କଣ୍ଟେନ୍ମେଣ୍ଟ୍ ଜୋନ୍। ଭୁବନେଶ୍ୱରରେ କରୋନା ସ୍ଥିତି ଏବେବି ଉଦବେଗଜନକ ରହିଛି। ରାଜଧାନୀରେ ସଂକ୍ରମଣ ୩ ଅଙ୍କରୁ ତଳକୁ ଖସୁନି। ଯାହାକୁ ନେଇ ରାଜଧାନୀ ଭୁବନେଶ୍ୱର ପୂରା ରାଜ୍ୟ ପାଇଁ ସଂକ୍ରମଣର ଭୟ ବଢାଉଛି। ଏଭଳି ସ୍ଥିତିରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କରୋନା କଟକଣାକୁ କଡାକଡି କରାଯାଇଛି ।
ଏକାଧିକ ସଂକ୍ରମିତ ଚିହ୍ନଟ ହେବା ପରେ ରାଜଧାନୀର ଫରେଷ୍ଟପାର୍କ ଅଞ୍ଚଳ ରାଜେନ୍ଦ୍ର ବିହାର ଆପାର୍ଟମେଣ୍ଟକୁ ଆଜି ବିଏମସି ପକ୍ଷରୁ କଣ୍ଟନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।
ବାହାର ଲୋକଙ୍କ ଯିବା ଆସିବା ଉପରେ ରୋକ୍ ଲାଗିବା ସହିତ ଆପାର୍ଟମେଣ୍ଟ ବିଲ୍ଡିଂରେ ରହିଥିବା ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ ଓ ଦୋକାନ ବନ୍ଦ ରଖିବାକୁ ବିଏମସି ପକ୍ଷରୁ ନିର୍ଦ୍ଦେଶ ରହିଛି। ଦୀର୍ଘ ଦିନ ପରେ ରାଜଧାନୀରେ କୌଣସି ଆପାର୍ଟମେଣ୍ଟକୁ ସଂକ୍ରମଣ ଦୃଷ୍ଟିରୁ ଏଭଳି ସିଲ୍ କରାଯାଇଥିବାରୁ ରାଜଧାନୀ ବାସୀଙ୍କ ମନରେ ଏବେ କରୋନାକୁ ନେଇ ପୁଣି ଛନକା ପଶିଛି ।




admin 