ପୀଡିତଙ୍କ ପରିବାରକୁ ଭେଟିଲେ ରାହୁଲ-ପ୍ରିୟଙ୍କା
ପୀଡିତଙ୍କ ପରିବାରକୁ ଭେଟିଲେ ରାହୁଲ-ପ୍ରିୟଙ୍କା
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ହିଂସାକୁ ନେଇ ଥମୁନି ରାଜନୀତି। ହିଂସାକାଣ୍ତରେ ଜୀବନ ହରାଇଥିବା ଚାଷୀ ଓ ସାମ୍ୱାଦିକଙ୍କ ପରିବାରକୁ ବିଳମ୍ବିତ ରାତିରେ ଭେଟିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି। ବହୁ ସଂଘର୍ଷ, ବାକବିବାଦ ପରେ ଉତ୍ତର ପ୍ରଦେଶ ସରକାର ଆଜି ପୀଡିତ ପରିବାରକୁ ଭେଟିବାକୁ ଅନୁମତି ଦେବାକୁ ବାଧ୍ୟ ହେଇଥିଲେ। ରାହୁଲ ଓ ପ୍ରିୟଙ୍କାଙ୍କ ସହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୃପେଶ ବାଘେଲ, ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି, ସାଂସଦ ଦିପେନ୍ଦର ସିଂ ହୁଡ଼ା ଥିଲେ। ପୀଡିତ ପରିବାରକୁ ରାହୁଲ ପ୍ରତିଶ୍ରୁତି ଦେଇଛନ୍ତି, ନ୍ୟାୟ ନ ମିଳିବା ଯାଏ ଏ ସତ୍ୟାଗ୍ରହ ଜାରି ରହିବ । ଉଭୟ ଛତିଶଗଡ ଓ ପଞ୍ଜାବ ସରକାର ହିଂସାରେ ପ୍ରାଣ ହରେଇଥିବା 4 କୃଷକ ଓ ଜଣେ ସାମ୍ବାଦିକଙ୍କ ପରିବାରକୁ 50 ଲକ୍ଷ ଲେଖାଏଁ ସହାୟତା ଦେବାକୁ ଘୋଷଣା କରିଛନ୍ତି।




admin 