ରସାୟନ ବିଜ୍ଞାନ ପାଇଁ ଏହି ୩ ବିଜ୍ଞାନୀ ପାଇବେ ନୋବେଲ
ରସାୟନ ବିଜ୍ଞାନ ପାଇଁ ଏହି ୩ ବିଜ୍ଞାନୀ ପାଇବେ ନୋବେଲ

ନୂଆଦିଲ୍ଲୀ: ରସାୟନ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି । ୩ ରସାୟନ ବିଜ୍ଞାନୀଙ୍କୁ ମିଳିତ ଭାବେ ନୋବେଲ ମିଳିବ ବୋଲି ଜଣାପଡ଼ିଛି । ରସାୟନ ବିଜ୍ଞାନୀ କ୍ୟାରୋଲିନ୍ ବେର୍ତ୍ତୋଜି, ମୋର୍ଟେନ୍ ମେଲବାଲ୍ ଓ ବ୍ୟାରୀ ସାର୍ପଲେସଙ୍କୁ ନୋବେଲ ପୁରସ୍କାର ମିଳିବ । କ୍ୟାରୋଲିନ୍ ବେର୍ତ୍ତୋଜି ଆମେରିକାର ଷ୍ଟାନଫୋର୍ଡ ୟୁନିଭରସିଟିର ବିଜ୍ଞାନୀ ହୋଇଥିବା ବେଳେ, କପିଳେନ୍ଦ୍ର ବିଶ୍ୱବିଦ୍ୟାଳୟର ଡେନମାର୍କର ବିଜ୍ଞାନୀ ହେଉଛନ୍ତି ମୋର୍ଟେନ ମିଲଡାଲ । ସେହିପରି ଆମେରିକାର ସ୍କ୍ରିପ୍ସ ରିସର୍ଚ୍ଚ ସେଣ୍ଟରର ବ୍ୟାରୀ ସାର୍ପଲେସଙ୍କୁ ନୋବେଲ ମିଳିବା ନେଇ ଘୋଷଣା ହୋଇଛି ।