ଯେତେ ଫାଷ୍ଟଫୁଡ୍ ଖାଇଲେ ବି ମୋଟା ହେବେ ନାହିଁ, ଆପଣାନ୍ତୁ ଏହି ସବୁ ଉପାୟ
ଯେତେ ଫାଷ୍ଟଫୁଡ୍ ଖାଇଲେ ବି ମୋଟା ହେବେ ନାହିଁ, ଆପଣାନ୍ତୁ ଏହି ସବୁ ଉପାୟ
ଆଜିକାଲିର ଯୁବପିଢ଼ିଙ୍କ ଜୀବନଶୈଳୀର ଖରାପ ପ୍ରଭାବ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ପଡ଼ୁଛି । ଅଧିକାଂଶ ଘରର ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ପରିବର୍ତ୍ତେ ବାହାରର ଚଟପଟା ଖାଦ୍ୟ ବା ଫାଷ୍ଟଫୁଡ ଖାଇବାକୁ ଭଲ ପାଉଛନ୍ତି । ଆଉ କିଛି ଲୋକ ସ୍ୱାସ୍ଥ୍ୟପ୍ରତି ସଚେତନ ଥିଲେ ମଧ୍ୟ ବେଳେବେଳେ ଲୋଭାର ଶିକାର ହୁଅନ୍ତି ଓ ମିଠା, ଫାଷ୍ଟଫୁଡ୍ ସବୁ ଖାଇଥା’ନ୍ତି । ଏହି ସବୁ ଖାଦ୍ୟରେ ପ୍ରଚୁର ପରିମାଣର ଫ୍ୟାଟ୍ ରହିଥାଏ, ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଏଗୁଡ଼ିକ ଆମକୁ ମୋଟା କରିଦିଏ ଓ ହାଇକୋଲେଷ୍ଟ୍ରଲ ,ଡାଇବେଟିସ୍, ହୃଦରୋଗ ଭଳି ସମସ୍ୟା ଦେଖାଯାଏ । ହେଲେ ଚିନ୍ତା କରିବାର କିଛି ନାହିଁ । ଆଜି ଆମେ ଆପଣଙ୍କୁ ଏପରି କିଛି ଉପାୟ ବିଷୟରେ କହିବୁ ଯାହାକୁ ଆପଣାଇଲେ ଆପଣ ଏହି ସବୁ ଚଟ୍ପଟା ବାହାର ଖାଦ୍ୟ ଖାଇଲେ ବି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହେବ ନାହିଁ କି ଆପଣ ମୋଟା ହେବେ ନାହିଁ ।
ଉଷୁମ ପାଣି:
ଯଦି ଆପଣ ତେଲଭାଜି କିମ୍ବା ଫାଷ୍ଟ୍ଫୁଡ୍ ଖାଦ୍ୟ ଖାଉଛନ୍ତି, ତା’ହେଲେ ଏହା ପରେ ଆପଣ ଉଷୁମ ପାଣି ପିଇବାକୁ ଭୁଲନ୍ତୁ ନାହିଁ । ଉଷୁମ ପାଣି ପିଇବା ଦ୍ୱାରା ଏଗୁଡ଼ିକ ସହଜରେ ହଜମ ହୋଇଥାଏ । ଯଦି ଆପଣ ଏସବୁ ଖାଇବା ପରେ ପର୍ୟ୍ୟାପ୍ତ ପରିମାଣର ପାଣି ପିଉ ନାହାନ୍ତି, ତେବେ ଆପଣଙ୍କର କ୍ଷୁଦ୍ର ଅନ୍ତନଳୀ ଖାଦ୍ୟ ହଜମ ପାଇଁ ଖାଦ୍ୟରୁ ଜଳ ଅବଶୋଷଣ କରିବ, ଯାହା ଫଳରେ ଆପଣଙ୍କୁ ଡିହାଇଡ୍ରେସନ୍ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଭୋଗିବାକୁ ପଡ଼ିପାରେ ।
ଡିଟକ୍ସ ଡ୍ରିଙ୍କ:
କୌଣସି ତେଲିଆ କିମ୍ବା ପାଷ୍ଟଫୁଡ୍ ଖାଦ୍ୟ ପରେ, ଆପଣଙ୍କ ଶରୀରକୁ ଡିଟକ୍ସ କରିବା ନିହାତି ଆବଶ୍ୟକ । ତେଲଯୁକ୍ତ ଖାଦ୍ୟ ଖାଇବା ପରେ ଆପଣଙ୍କ ଶରୀରରେ ଜମା ହେଉଥିବା ବିଷାକ୍ତ ପଦାର୍ଥକୁ ଡିଟକ୍ସ ପାନୀୟ ବାହାର କରିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ତେଲିଆ କିମ୍ବା ପାଷ୍ଟଫୁଡ୍ ଖାଦ୍ୟ ପରେ ଡିଟକ୍ସ ଡ୍ରିଙ୍କ୍ ପିଇବା ଦ୍ୱାରା ଓଜନ ମଧ୍ୟ ହ୍ରାସ ହୋଇଥାଏ ।




admin 