ଯେତିକି କାମ କରୁଛୁ, ସେତିକି ଦରମା ଦେଉ ନାହିଁ ଟାଟା ପାୱାର
ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ ପକ୍ଷରୁ ଅଇଁଠାପାଲି ଟାଟା ପାୱାର ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା । ବିଶେଷ କରି ଟାଟା ପାୱାର ଅଧିନରେ କାର୍ୟ୍ୟ କରୁଥିବା ବିଦ୍ୟୁତ୍ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ସମାଧାନ ନେଇ ଧାରଣା ମାଧ୍ୟମରେ ପ୍ରତିବାଦ କରାଯାଇଥିଲା। ମୁଖ୍ୟତଃ ଟାଟା ପାୱାର ଅଧିନରେ କାର୍ୟ୍ୟ କରୁଥିବା ଠିକା କର୍ମଚାରୀମାନଙ୍କୁ ୮ ଘଣ୍ଟିଆ ସିଫ୍ଟ ଡିଉଟି, ଅଧିକ ସମୟ କାମ କଲେ ଅଧିକ ଦରମା, ପ୍ରତି ମାସର ୭ ତାରିଖ ଭିତରେ ଦରମା ପ୍ରଦାନ, ନିଯୁକ୍ତି କ୍ଷେତ୍ରରେ ଅଫିସର ଓ କର୍ମଚାରୀଙ୍କ ଭିତରେ ହୋଇଥିବା ତାରତମ୍ୟ ଦୁର କରିବାକୁ ଧାରଣା ମାଧ୍ୟମରେ ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ ପକ୍ଷରୁ ଦାବି କରାଯାଇଛି । ଏହି ସବୁ ଦାବି ପୁରଣ ନେଇ ଧାରଣା ଦିଆଯିବା ସହ ଅଧିକ୍ଷଣ ଯନ୍ତ୍ରୀଙ୍କ ସହ ଆଲୋଚନା ମଧ୍ୟ କରାଯାଇଥିଲା। ଏଥିରେ ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ ପଶ୍ଚିମ ଯୋନର ଉପଦେଷ୍ଟା ଜଗଦୀଶ ବିଶ୍ଵ।ଲଙ୍କ ସମେତ ଯୋନ ସମ୍ପାଦକ ଓ ୪ ଗୋଟି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା କର୍ମଚାରୀମାନେ ଧାରଣା ଉପସ୍ଥିତ ରହିଥିଲେ।