ମା’ ପାଖରେ କ୍ଷୀର ପିଉ ପିଉ ଶୋଇଯାଉଛି କି ଶିଶୁ?
ଭୁବନେଶ୍ୱର: ଯେତେବେଳେ ଶିଶୁଟିଏ ମା’ ପାଖରେ ଥାଏ, ସେ ବହୁତ ଆରାମ ଓ ସୁରକ୍ଷିତ ମନେକରିଥାଏ । ଆପଣ ନଜର କରିଥିବେ କେତେଥର ଶିଶୁଟଇ ମା’ ପାଖରେ କ୍ଷୀର ପିଉ ପିଉ ହିଁ ଶୋଇପଡ଼ିଥାଏ । ଏଭିଳି ନବଜାତ ଶିଶୁଙ୍କ ଠାରେ ଅଧିକା ଦେଖାଦେଇଥାଏ । ଯାହା ଫଳରେ କି ଶିଶୁଟି ଭୋକିଲା ରହିଯାଏ । ମା’ କୋଳରେ ଆରାମରେ ଶୋଇଥିଲେ ମଧ୍ୟ ମା’ର ଚିନ୍ତା ଥାଏକି ତା’ ଛୁଆ ଭୋକିଲା ଅଛି । ତେବେ ଆମେ ଆଜି କିଛି ଏଭଳି ଟିପ୍ସ ବିଷୟରେ ଜାଣିବା ଯାହାଦ୍ୱାରା ଆପଣଙ୍କ ଶିଶୁ ପେଟ ଭଳି କ୍ଷୀର ପିଇକି ହିଁ ଶୋଇବ ।
କ୍ଷୀର ପିଇଲା ବେଳେ କାହିଁକି ଶୋଇଥାଏ ଶିଶୁ ମା’ ବାସ୍ନା ପାଇଲେ ହିଁ ଶିଶୁଟିଏ କ୍ଷୀର ପିଉଥିବା ଅବସ୍ଥାରେ ହିଁ ଶୋଇପଡ଼ିଥାଏ । କ୍ଲୋକାଇଟୋକିନିନ୍ ନାମକ ଏକ ହରମୋନ ତୃପ୍ତିର ଅନୁଭବ ଦେଇଥାଏ । ଯେଉଁ କାରଣରୁ ଶିଶୁଟି ବହୁତ ଆରାମ ଅନୁଭବ କରିଥାଏ । ଯାହା ଫଳରେ ଶିଶୁଟି କମ୍ କ୍ଷୀର ପିଇକି ହିଁ ଶୋଇପଡ଼ିଥାଏ । ଏହିପରି ହେଲେ ଆପଣଙ୍କ ଶିଶୁ କୁପୋଷଣର ଶିକାର ହୋଇଥାଏ ।
ସ୍ତନ୍ୟପାନ କରାଇବା ସମୟରେ ଶିଶୁ କିପରି ନ ଶୋଇବ ?
ସ୍ତନ୍ୟପାନ ସମୟରେ ଶିଶୁର ଅଣ୍ଟା ଓ ମୁହଁକୁ ଧିରେଧିରେ ବାଡେ଼ଇବେ । ଏମିତି କରିବା ଦ୍ୱାରା ତା’ ନର୍ଭସ ସିଷ୍ଟମ କାମ କରିବାକୁ ଲାଗିଥାଏ । ଏହା ସହିତ ତା’ ସହିତ କଥା ହୁଅନ୍ତୁ । ଆପଣ ଶିଶୁକୁ ଏଭଳି ଏକ ସ୍ଥାନରେ ସ୍ତନ୍ୟପାନ କରାନ୍ତୁ ଯେଉଁଠି ଅଧିକ ଆଲୁଅ ନଥିବ ବା ଅଧିକ ଅନ୍ଧାର ହୋଇନଥିବ । ଏପରି କରିବା ଦ୍ୱାରା ଆପଣଙ୍କ ଶିଶୁକୁ ନିଦ ଆସିବ ନାହିଁ ।
ଏଭଳି ଅବସ୍ଥାରେ ସ୍ତନ୍ୟପାନ କରନ୍ତୁ ନାହିଁ
ଆପଣ ଶିଶୁକୁ ସ୍ତନ୍ୟପାନ ସମୟରେ ଶୋଇବାକୁ ଦିଅନ୍ତୁ ନାହିଁ । ଯଦି ଆପଣଙ୍କ ଶିଶୁ ଶୋଇକି କ୍ଷୀର ପିଉଛି ତେବେ ସେ ନିଦରେ ଶୋଇପଡ଼ିବ । ତେଣୁ ଆପଣ ପିଠି ଡେ଼ରି ହୋଇ ବସି ତାକୁ ସ୍ତନ୍ୟପାନ କରାନ୍ତୁ । ଏହାଛଡ଼ା ଯେତେବେଳେ ଶିଶୁକୁ ସ୍ତନ୍ୟପାନ କରିବା ଆରମ୍ଭ କରିବେ ସେତିକି ବେଳେ ଗୋଟିଏ ପରେ ଗୋଟିଏ ସ୍ତନ ବଦଳାଇ କ୍ଷୀରପାନ କରନ୍ତୁ । ଏହି ଭିତରେ ମଧ୍ୟ କିଛି ସମୟ ପାଇଁ ଶିଶୁ ଉଠାଇ ଡକାର ନେବାକୁ ଦିଅନ୍ତୁ ।
ଶୋଇବା ପରେ ଶିଶୁକୁ ଡକାର ଦେବା ଉଚିତ୍ କି?
ଯଦି କ୍ଷୀର ପିଇବା ସମୟରେ ଆପଣଙ୍କ ଶିଶୁ ଶୋଇପଡ଼ୁଛି ଏବଂ ଆପଣଙ୍କୁ ଲାଗୁଛିକି ତାର ପେଟ ଫୁଲ ହୋଇନି, ତେବେ ଆପଣ ତା ପିଠିକୁ ଆଉଁସି ଡକାର ନେବାରେ ସାହାର୍ଯ୍ୟ କରିପାରିବେ । କ୍ଷୀର ପିଇବା ପରେ ଡକାର ନେବା ଫଳରେ ଶିଶୁକୁ ଗ୍ୟାସ ଜନିତ ସମସ୍ୟା ହୋଇନଥାଏ । ଏବଂ ଶିଶୁର ଖାଦ୍ୟ ମଧ୍ୟ ହଜମ ହୋଇଯିବ ।




admin 