ନନ୍ଦନକାନନରେ ହାତୀ ମାମାକୁ ଦେଖିବେ ପର୍ଯ୍ୟଟକ
ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ୩ ନଭେମ୍ବର ୨୦୧୭ ମସିହାରେ ମାମାକୁ ଅଣାଯାଇଥିଲା । ତାକୁ ୫ ମାସ ହୋଇଥିଲା ବେଳେ ତା ମା ତାକୁ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଗ୍ରାମ ନିକଟରେ ଛାଡ଼ି ଚାଲିଯାଇଥିଲା । ବନ ବିଭାଗ ଦ୍ୱାରା ଉଦ୍ଧାର ହୋଇ ପ୍ରାଣୀ ଚିକିତ୍ସାଳୟକୁ ଅଣାଯାଇଥିଲା ।
୪ ବର୍ଷ ପର୍ଯ୍ୟନ୍ତ ଶିଶୁ ଯତ୍ନ ଗୃହରେ ରଖାଯାଇଥିଲା । କେନ୍ଦ୍ରୀୟ ଚିଡ଼ିଆଖାନା କର୍ତୁପକ୍ଷଙ୍କ ଅନୁମତି ନଥିବାରୁ ମାମାକୁ ପର୍ଯ୍ୟଟକଙ୍କ ଦୃଷ୍ଟି ଆଢୁଆଳରେ ୱାର୍କସପ୍ ନିକଟରେ ଏକ ହାତୀ ଶାଳ ନିର୍ମାଣ କରାଯାଇ ଏକ ବର୍ଷ ରଖାଯାଇଥିଲା । ବହୁ ବିବାଦ ପରେ ମାମା ର ଠିକଣା ଏବେ ନନ୍ଦନକାନନ । ଆଗରୁ ଦୁଇ ମାଇ ହାତୀ ବାସନ୍ତି (୫୮) ଓ ହୀରା ( ୨୫ ) ସହ ମାମା ରହିବ ।




admin 