ମେ’ ୧୬ ତାରିଖ ଦିନ ପିପିଲିରେ ଭୋଟ ହେବ
ମେ’ ୧୬ ତାରିଖ ଦିନ ପିପିଲିରେ ଭୋଟ ହେବ
admin
Apr 22, 2021 - 09:49
Updated: Apr 22, 2021 - 09:49
ଭୁବନେଶ୍ୱର: ପିପିଲି ଭୋଟ୍ ତାରିଖ ପରିବର୍ତନ କଲେ ନିର୍ବାଚନ କମିଶନ । ମେ ୧୬ ତାରିଖରେ ପିପିଲି ଉପନିର୍ବାଚନ ଭୋଟ ଗ୍ରହଣ ହେବ । ଆଗରୁ ସୂଚନା ଥିଲା ମେ ୧୩ ତାରିଖ ବଦଳରେ ୧୬ ତାରିଖକୁ ଘୁଂଚେଇ ଦିଆଯାଇଛି । ମେ ୧୬ରେ ଭୋଟ ଗ୍ରହଣ ହେବ, ମେ ୧୯ରେ ଭୋଟ ଗଣତି ହେବ । ପୂର୍ବ ଘୋଷିତ ମେ ପରିବର୍ତନ କଲେ ନିର୍ବାଚନ କମିଶନ । ୧୩ାର ଇଦ-ଉଲ୍-ଫିତର ପଡୁଥିବାରୁ ତାରିଖ ବଦଳିଲା ।
ପ୍ରକାଶ ଯେ, ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲିରେ ଉପ ନିର୍ବାଚନ ହେବାକୁ ଥିଲା । ଏଥିପାଇଁ ପ୍ରଥମେ ଏପ୍ରିଲ ୧୭ ତାରିଖ ଧାର୍ୟ୍ୟ ହୋଇଥିଲା । ହେଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତ ମଙ୍ଗରାଜ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇବା ପରେ ଉପ ନିର୍ବାଚନକୁ ସ୍ଥଗିତ ଘୋଷଣା କରାଯାଇଥିଲା । ଏବେ ପୁଣି ଥରେ ଉପ ନିର୍ବାଚନ ନେଇ ସାନି ତାରିଖ ଘୋଷଣା କରାଯାଇଛି । ଆସନ୍ତା ମେ ୧୩ ତାରିଖରେ ପଡିବ ପିପିଲି ଉପ ନିର୍ବାଚନ ଭୋଟ୍ । ଏଥିସହ ମେ ୧୩ ତାରିଖରେ ଭୋଟ୍ ପଡିବା ପରେ ଆସନ୍ତା ୧୬ ତାରିଖରେ ଭୋଟ୍ ଗଣତି କରାଯାଇ ରେଜଲ୍ଟ ଘୋଷଣା ହେବ ବୋଲି ସିଇଓ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି । ପିପିଲି ଉପ ନିର୍ବାଚନ ପାଇଁ କଂଗ୍ରେସ ହିଁ କେବଳ ନୂଆ ପ୍ରାର୍ଥୀ ଦେବ । ଅଜିତ ମଙ୍ଗରାଜଙ୍କ ବଦଳରେ ଦଳ କାହାକୁ ଟିକେଟ୍ ଦେଉଛି ତା ଉପରେ ନଜର ରହିବ । ତେବେ ବିଜେଡି ପକ୍ଷରୁ ରୁଦ୍ର ମହାରଥୀ ଓ ବିଜେପି ପକ୍ଷରୁ ଆଶ୍ରିତ ପଟ୍ଟନାୟକ ମଇଦାନକୁ ଓହ୍ଲାଇଛନ୍ତି ।