ମୋବାଇଲ୍ ନିଶା କାଳ ହେଉଛି, ରିଚାର୍ଜ ନ କରିବାରୁ ଜୀବନ ହାରିଲେ ନାବାଳକ
ମୋବାଇଲ୍ ନିଶା କାଳ ହେଉଛି, ରିଚାର୍ଜ ନ କରିବାରୁ ଜୀବନ ହାରିଲେ ନାବାଳକ
ଭୋପାଳ: ଯୁବ ପିଢିଙ୍କୁ ଘାରିଛି ମୋବାଇଲ ନିଶା ଏବେ କାଳ ହୋଇଛି। ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ଲୋକ ପର୍ୟ୍ୟନ୍ତ ସମସ୍ତେ ମୋବାଇଲ ଫୋନ ନହେଲେ କ୍ଷଣେ ଧର୍ୟ୍ୟଧରି ରହିବା ଅସମ୍ଭବ । ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ବାପା ମୋବାଇଲ ଫୋନ ରିଚାର୍ଜ ନ କରିବାରୁ ଜଣେ ୧୪ ବର୍ଷୀୟ ନାବାଳକ ସୋମବାର ଆତ୍ମହତ୍ୟା କରିଛି ।
ଅନୁସନ୍ଧାନରୁ ଜଣାପଡ଼ିଛି, ବାଳକଟିର ମୋବାଇଲ ଫୋନରେ ଡ଼ାଟା ପ୍ୟାକ ସମାପ୍ତ ହେବା ପରେ ରିଚାର୍ଜ କରିବାକୁ ସେ ବାପାଙ୍କୁ କହିଥିଲା । ବାପା ତା କଥା ନ ଶୁଣିବାରୁ ସେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛି । ପୁଲିସ ସୂଚନାନୁସାରେ, ମୃତକଙ୍କ ବାପା ଜଣେ ଶ୍ରମିକ । ପରିବାରର ଆର୍ଥିକ ସମସ୍ୟା ହେତୁ ସେ ପୁଅର ମୋବାଇଲ ଫୋନ ଡ଼ାଟା ପ୍ୟାକ ରିଚାର୍ଜ କରିବାକୁ ଅସମର୍ଥ ହୋଇଥିଲେ । ବାଳକଟି ଏଥିରେ ରାଗିଯାଇ ଆତ୍ମହତ୍ୟା କରିଛି । ଏହି ଘଟଣାର ତଦନ୍ତ ଜାରି ରହିଛି ।




admin 