ଦେଶରେ ୨ ହଜାର ଉପରେ କରୋନା ସଂକ୍ରମଣ
ଦେଶରେ ୨ ହଜାର ଉପରେ କରୋନା ସଂକ୍ରମଣ
ନୂଆଦିଲ୍ଲୀ : ଦେଶରେ ପୁଣି କାୟା ମେଲାଇଛି ସଂକ୍ରମଣ। ଏବେ କରୋନା ସଂକ୍ରମଣ କମିବା ପରେ ବଢିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟା ବି ବଢିଛି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ଦୁଇ ହଜାର ତଳକୁ ଖସିବା ପରେ ପୁଣି ବଢିଛି। ଗତ ୨୪ ଘଣ୍ଟାରେ ୨୦୦୦ ଉପରେ ରହିଛି ସଂକ୍ରମଣ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୨୩୮୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୩୦ ଲକ୍ଷ ୪୯ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ସେହିପରି ୧୩୪୩୩ ସକ୍ରିୟ ମାମଲା ରହିଛି ଏବଂ ପ୍ରାୟ ୪ କୋଟି ୨୫ ଲକ୍ଷ ୧୪ ହଜାର ୪୭୯ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏତତ୍ ବ୍ୟତୀତ ୫୨୨୦୬୨ ସଂକ୍ରମିତ ପ୍ରାଣ ହରାଇଛନ୍ତି ।




admin 