କ୍ଷମା ମାଗିଲେ ଅକ୍ଷୟ କୁମାର, ଜାଣନ୍ତୁ କାରଣ

କ୍ଷମା ମାଗିଲେ ଅକ୍ଷୟ କୁମାର, ଜାଣନ୍ତୁ କାରଣ

କ୍ଷମା ମାଗିଲେ ଅକ୍ଷୟ କୁମାର, ଜାଣନ୍ତୁ କାରଣ

ମୁମ୍ବାଇ: ବଲିଉଡ୍ ଅଭିନେତା ଅକ୍ଷୟ କୁମାର କ୍ଷମା ମାଗିଛନ୍ତି। ତାଙ୍କର କୋଟି କୋଟି ପ୍ରଶଂସକଙ୍କ ସମାଲୋଚନା ପରେ ସେ ଏପରି ନିଷ୍ପତ୍ତି ନେଇଛନ୍ତି।  

ଏବେ ସେ ଆଉ ଟବାକୋ ବ୍ରାଣ୍ଡର ଆଉ ଆମ୍ବାସଡର ରହିବେ ନାହିଁ ବୋଲି ଘୋଷଣା କରିଛନ୍ତି।  ଗୁରୁବାର ରାତିରେ ସେ ତାଙ୍କ ସେସିଆଲ୍‌ ମିଡିଆ ସାଇଡ୍‌ରେ ଏହି ଘୋଷାଣା କରି ଗୁଟ୍ଖା ବ୍ରାଣ୍ଡକୁ ନାଁ କହିଛନ୍ତି। ଏମିତି କି ସେ ନିଜ ପ୍ରଶଂସକଙ୍କୁ କ୍ଷମା ମଧ୍ୟ ମାଗିଛନ୍ତି। ବଲିଉଡ୍ର ଶହାରୁଖ୍ ଖାନ୍ ଓ ଅଜୟ ଦେବଗନଙ୍କ ପରେ ପାନମସାଲା ବ୍ରାଣ୍ଡର ପ୍ରମୋସନ ପାଇଁ ଅକ୍ଷୟ କୁମାର ଯୋଗ ଦେଇଥିଲେ। ହେଲେ ଅକ୍ଷୟ କୁମାରଙ୍କ ଏହି ନିଷ୍ପତ୍ତିକୁ ତାଙ୍କ ଫ୍ୟାନ୍ମାନେ ନାପସନ୍ଦ କରିଥିଲେ। ଏନେଇ ଅକ୍ଷୟ କୁମାରଙ୍କୁ ସମା‌ଲୋଚନାର ଶିକାର ହେବାକୁ ପଡ଼ିଥିଲା। 

ପ୍ରଂଶକଙ୍କ ସମାଲୋଚନା ଓ ପରାମର୍ଶକୁ ସମ୍ମାନ ଜଣାଇ ଅକ୍ଷୟ କୁମାର ସେମାନଙ୍କୁ କ୍ଷମା ମାଗିଛନ୍ତି। ଅକ୍ଷୟ କୁମାର କହିଛନ୍ତି ଯେ, ମୋର ଏହି ନିଷ୍ପତ୍ତି ପାଇଁ ମୁଁ  ଦୁଃଖିତ। ମୁଁ ଆପଣଙ୍କ ନିକଟରେ କ୍ଷମା ମାଗୁଛି। ଗତ କିଛି ଦିନ ଧରି ଆପଣମାନଙ୍କ ପ୍ରତିକ୍ରିୟା ମୋତେ ଗଭୀର ଭାବେ ପ୍ରଭାବିତ କରିଛି। ଏମିତି ବି ଗୁଟଖାର ପ୍ରଚାର-ପ୍ରସାରକୁ ମୁଁ ପସନ୍ଦ କରେନି।  ‘ବିମଲ ଲାଇଚି’ ସହ ମୁଁ ଯୋଡ଼ି ହୋଇଥିବାରୁ ଆପଣମାନେ ନାପସନ୍ଦ କରିଛନ୍ତି। ମୁଁ ଆପଣମାନଙ୍କ ଭାବନାକୁ ସମ୍ମାନ ଜଣାଉଛି। ଆଉ ଖୁବ ବିନମ୍ରତାର ସହ ମୁଁ ଏହି ପଦ ତ୍ୟାଗ କରୁଛି ବୋଲି ଅକ୍ଷୟ କୁମାର କହିଛନ୍ତି । ତେବେ ସେ ବିଜ୍ଞାପନ ଓ ପ୍ରଚାରର ପ୍ରସାର ବାବଦକୁ ଯାହା ଟଙ୍କା କମେଇଛନ୍ତି ତାହା ଜନମଙ୍ଗଳକାରୀ ଉଦ୍ଦେଶ୍ୟରେ ବିନିଯୋଗ କରିବେ ବୋଲି କହିଛନ୍ତି । ନିକଟରେ ସମ୍ପୃକ୍ତ ପାନମସଲାର ଏକ ବିଜ୍ଞାପନ ଭିତ୍ତିକ ଭିଡିଓ ରିଲିଜ୍ ହୋଇଥିଲା। ଯେଉଁଥିରେ  ଶାହାରୁଖ ଖାନ୍ ଏବଂ ଅଜୟ ଦେବଗନ୍ ‘ବିମଲ ୟୁନିଭର୍ସ’କୁ ଅକ୍ଷୟ କୁମାର ସ୍ୱାଗତ କରୁଛନ୍ତି। ଯାହାକୁ ନେଇ ସୋଶାଲ ମିଡିଆରେ ବଡ଼ ଅଡ଼ୁଆ ପଡ଼ିଥିଲେ ଅକ୍ଷୟକୁମାର।