ମୁଖ୍ୟମନ୍ତ୍ରୀଙ୍କୁ ଏମିତି ଟାର୍ଗେଟ କଲେ ବିଜୟ ମହାପାତ୍ର

ମୁଖ୍ୟମନ୍ତ୍ରୀଙ୍କୁ ଏମିତି ଟାର୍ଗେଟ କଲେ ବିଜୟ ମହାପାତ୍ର

ମୁଖ୍ୟମନ୍ତ୍ରୀଙ୍କୁ ଏମିତି ଟାର୍ଗେଟ କଲେ ବିଜୟ ମହାପାତ୍ର

ଭୁବନେଶ୍ୱର : ଶ୍ରୀମନ୍ଦିର ପ୍ରଶାସନରେ ବିଫଳତାକୁ ନେଇ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ବର୍ଷିଛନ୍ତି  । ସୁପ୍ରିମକୋର୍ଟ ଶ୍ରୀମନ୍ଦିର ସୁରକ୍ଷା ନେଇ ସୁପ୍ରିମକୋର୍ଟ ଯେଉଁ ପରାମର୍ଶ ଦେଇଥିଲେ ତାହାକୁ ମୁଖ୍ୟମନ୍ତ୍ରୀ ଅନୁଧ୍ୟାନ କରିନାହାନ୍ତି  । ଏହାର ଅନୁପାଳନ କରାଯାଉନଥିବାରୁ ଏଭଳି ବିଭ୍ରାଟ ଦେଖିବାକୁ ମିଳୁଛି  । ମୁଖ୍ୟମନ୍ତ୍ରୀ ଏନେଇ ସମୀକ୍ଷା କରନ୍ତୁ ବୋଲି ବିଜୟ କହିଛନ୍ତି  ।

ଶ୍ରୀ ମହାପାତ୍ର କହିଛନ୍ତିଯେ, ଶ୍ରୀମନ୍ଦିର ଭିତରେ ରୋଷଘର ଭାଙ୍ଗି ଦିଆଗଲା  । ଅତୀତରେ ଏଭଳି କେବେ ଦେଖିବାକୁ ମିଳିନଥିଲା  । ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ହିଁ ଦାୟୀ  । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ସ୍ଥାୟୀ ପ୍ରଶାସକ ଦାୟିତ୍ୱରେ ରହିବା କଥା  । କିନ୍ତୁ ପୁରୀ ଜିଲ୍ଲାପାଳ ଶ୍ରୀମନ୍ଦିର ପ୍ରଶାସନ ଦାୟିତ୍ୱ ଠିକ ନୁହେଁ  । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ତ୍ରୁଟିଥିଲେବି ଏଏସଆଇ ଓ ଏନଏମଏ କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ସେ କହିଛନ୍ତି  ।

ଅପରପକ୍ଷରେ ଶ୍ରୀମନ୍ଦିର ରୋଷଘରେ ଚୁଲି ଭାଙ୍ଗିବାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଃଖ ପ୍ରକାଶ କରିଛନ୍ତି  । ସେହିପରି ଏନେଇ ସିଂହଦ୍ୱାର ଥାନାରେ ମନ୍ଦିର ପ୍ରଶାସନ ପକ୍ଷରୁ ଏତଲା ଦିଆଯାଇଛି  । ପୁଲିସ ଏବେ ଘଟଣାର ତଦନ୍ତ ଜାରି ରଖିଥିବାବେଳେ ଖୁବଶୀଘ୍ର ଦୋଷୀ ଧରାପଡ଼ିବେ ବୋଲି କୁହାଯାଇଛି  । 

ସୂଚନାଯୋଗ୍ୟଯେ, ଏଭଳି ଘଟଣାକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି  । କୋଟିକୋଟି ଭକ୍ତଙ୍କ ଭାବାବେଗକୁ ଆଘାତ ଲାଗିଛି  ।