ମୁକ୍ତ ଓ ଅବାଧ ନିର୍ବାଚନରେ ପୋଲିସ ବାଧକ-ସମ୍ବିତ

ମୁକ୍ତ ଓ ଅବାଧ ନିର୍ବାଚନରେ ପୋଲିସ ବାଧକ-ସମ୍ବିତ

ମୁକ୍ତ ଓ ଅବାଧ ନିର୍ବାଚନରେ ପୋଲିସ ବାଧକ-ସମ୍ବିତ
ଭୁବନେଶ୍ୱର: ନିର୍ବାଚନୀ ହିଂସା ପାଇଁ କୁଖ୍ୟାତ ଥିବା ପିପିଲି ନିର୍ବାଚନମଣ୍ଡଳୀରେ ଚଳିତ ଉପନିର୍ବାଚନରେ ମଧ୍ୟ ହିଂସାକାଣ୍ଡ ଘଟିବାରେ ଲାଗିଛି । ବିଗତ କିଛି ଦିନ ହେଲା ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ହିଂସାକାଣ୍ଡ ଘଟି ରକ୍ତପାତ ହୋଇଛି । ତେବେ ପିପିଲିରେ ମୁକ୍ତ ଓ ଅବାଧ ନିର୍ବାଚନରେ ପୁଲିସ ବାଧକ ସାଜିଥିବା ବିଜେପି ନେତା ସମ୍ବିତ ପାତ୍ର କହିଛନ୍ତି । ସେ କହିଛନ୍ତି ଯେ, ଅବାଧ ନିର୍ବାଚନ ଅଟକାଇବାକୁ ପୁଲିସ ସହାୟତାରେ ବିଜେଡି ଚାଲିଛି । ବିଜେଡି ଦଳ, ପୁଲିସ କଳ ଅବାଧ ନିର୍ବାଚନ ପାଇଁ ଏକାଠି ହୋଇଛନ୍ତି । ପିପିଲିରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ପାଇଁ ପୁଲିସ ଚେଷ୍ଟିତ । କୋର୍ଟ ଦ୍ୱାରା ପଳାତକ ଘୋଷିତ ଅପରାଧୀ ବିଜେଡି ପାଇଁ ଲାଗିଛନ୍ତି । ଯାହା ନାମରେ ଜାମିନ ବିହୀନ ଗିରଫ ପରୱାନା ଅଛି, ସେ ପ୍ରଚାର କରୁଛନ୍ତି । ଧିରେନ୍ଦ୍ର ସାମନ୍ତରାୟ, ରାଜା ଓ ସଞ୍ଜୟ ସାମନ୍ତରାୟ ପ୍ରଚାର କରୁଛନ୍ତି ବୋଲି ସମ୍ବିତ ପାତ୍ର କହିଛନ୍ତି । ଏହି ପରିପ୍ରେକ୍ଷୀରେ ଶ୍ରୀ ପାତ୍ର ପଳାତକଙ୍କ ସହ ବିଜେଡି ନେତାଙ୍କ ଫଟୋ ଦେଖାଇବା ସହ ପିପିଲି ନିର୍ବାଚନ ପରିଚାଳନା ଭାର ସମ୍ପୃକ୍ତ ପଳାତକଙ୍କ ଉପରେ ଦିଆଯାଇଥିବା କହିଛନ୍ତି । ଅନ୍ୟପକ୍ଷରେ ନାମରେ କିଛି ମାମଲା ନଥିବା ବିଜେପି କର୍ମୀଙ୍କୁ ପୁଲିସ ହଇରାଣ କରୁଛି । ମୁକ୍ତ ଓ ଅବାଧ ନିର୍ବାଚନରେ ପୁଲିସ ବାଧକ ସାଜୁଛି ବୋଲି ସମ୍ବିତ ପାତ୍ର କହିଛନ୍ତି ।