ରାଜ୍ୟରେ ଆଜି ୨ ଜୀବନ ନେଲା କରୋନା

ରାଜ୍ୟରେ ଆଜି ୨ ଜୀବନ ନେଲା କରୋନା

ରାଜ୍ୟରେ ଆଜି ୨ ଜୀବନ ନେଲା କରୋନା
ଭୁବନେଶ୍ୱର: ରାଜ୍ୟରେ ଆଉ ୨ ଜଣଙ୍କ ଜୀବନ ନେଲା କରୋନା । ଉଭୟ ମୃତକଙ୍କ ଘର ନୂଆପଡା ଜିଲ୍ଲାରେ ବୋଲି ଜଣାପଡିଛି । ରାଜ୍ୟରେ କରୋନା ମୃତୁ୍ୟ ସଂଖ୍ୟା ୧୯୨୮କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୪୩, ବାଲେଶ୍ୱରରେ ୧୫୮, ବରଗଡ଼ରେ ୯୭, ଭଦ୍ରକରେ ୧୧, ବଲାଙ୍ଗୀରରେ ୯୩, ବୌଦ୍ଧରେ ୫, କଟକରେ ୫୮, ଦେବଗଡ଼ରେ ୯, ଢେଙ୍କାନାଳରେ ୨, ଗଜପତିରେ ୧୪, ଗଞ୍ଜାମରେ ୯, ଜଗତସିଂହପୁରରେ ୯, ଯାଜପୁରରେ ୩୮, ଝାରସୁଗୁଡ଼ାରେ ୪୩, କଳାହାଣ୍ଡିରେ ୧୧୪, କନ୍ଧମାଳରେ ୮, କେନ୍ଦ୍ରାପଡ଼ାରେ ୨, କେନ୍ଦୁଝରରେ ୫୩, ଖୋର୍ଦ୍ଧାରେ ୨୦୪, କୋରାପୁଟରେ ୯, ମାଲକାନାଗିରିରେ ୯, ମୟୂରଭଞ୍ଜରେ ୩୯, ନବରଙ୍ଗପୁରରେ ୮୦, ନୟାଗଡ଼ରେ ୭, ନୂଆପଡ଼ାରେ ୯୬, ପୁରୀରେ ୫୪, ରାୟଗଡ଼ାରେ ୩୫, ସମ୍ବଲପୁରରେ ୧୨୧, ସୋନପୁରରେ ୧୩, ସୁନ୍ଦରଗଡ଼ରେ ୨୬୮ ଓ ରାଜ୍ୟପୁଲରେ ୪୬ ଜଣ ସଂକ୍ରମିତ ହୋଇଛନ୍ତି ।