ଆଜି ୪୨୩୭ ନୂତନ ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
ଆଜି ୪୨୩୭ ନୂତନ ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
admin
Sep 23, 2020 - 05:27
Updated: Sep 23, 2020 - 05:27
ଭୁବନେଶ୍ୱର : ଆଜି ରାଜ୍ୟରୁ ୪୨୩୭ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ୨୪୮୫ ଜଣ କ୍ୱାରେଣ୍ଟାଇନରୁ ଏବଂ ୧୭୫୨ ଜଣ ସ୍ଥାନୀୟ ଅକ୍ରାନ୍ତ ବୋଲି ଜଣାପଡିଛି । ରାଜ୍ୟରେ ସମୁଦାୟ ଅକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯୨ ହଜାର ୫୪୮ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୧୧୦, ବାଲେଶ୍ୱରରୁ ୧୬୧, ବରଗଡରୁ ୧୨୧, ଭଦ୍ରକରୁ ୧୩୬, ବଲାଙ୍ଗୀର ୬୭, ବୌଦ୍ଧରୁ ୪୩, କଟକରୁ ୫୭୭, ଦେବଗଡରୁ ୨୨, ଢେଙ୍କାନାଳରୁ ୭୦, ଗଜପତି ୪୨, ଗଞ୍ଜାମରୁ ୭୧, ଜଗତସିଂହପୁରରୁ ୧୭୩, ଯାଜପୁରରୁ ୨୦୧, ଝାରସୁଗୁଡାରୁ ୨୦୫, କଳାହାଣ୍ଡିରୁ ୫୭, କନ୍ଧମାଳ ୫୫, କେନ୍ଦ୍ରାପଡାରୁ ୧୪୮, କେନ୍ଦୁଝରରୁ ୪୨, ଖୋର୍ଦ୍ଧାରୁ ୬୪୭, କୋରାପୁଟରୁ ୮୯, ମାଲକାନଗିରିରୁ ୪୪, ମୟୁରଭଞ୍ଜରୁ ୧୩୯, ନବରଙ୍ଗପୁରରୁ ୭୦, ନୟାଗଡରୁ ୫୦, ନୂଆପଡାରୁ ୧୧୫, ପୁରୀରୁ ୨୧୯ , ରାୟଗଡାରୁ ୫୧, ସମ୍ବଲପୁରରୁ ୧୧୧, ସୋନପୁରରୁ ୧୩୧ ଏବଂ ସୁନ୍ଦରଗଡରୁ ୧୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଷ୍ଟେଟ ପୁଲରୁ ୧୬୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯୨୫୪୮ ହୋଇଥିବା ବେଳେ ଏହା ମଧ୍ୟରୁ ୧୫୩୨୧୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୮୫୪୬ ରହିଛି ।