ମୁକେଶ ବିଶ୍ୱର ୬ଷ୍ଠ ଧନୀ ବ୍ୟକ୍ତି

ମୁକେଶ ବିଶ୍ୱର ୬ଷ୍ଠ ଧନୀ ବ୍ୟକ୍ତି

ମୁକେଶ ବିଶ୍ୱର ୬ଷ୍ଠ ଧନୀ ବ୍ୟକ୍ତି
ନୂଆଦିଲ୍ଲୀ: ବିଶ୍ୱର ଶୀର୍ଷ ୧୦ ଧନୀ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟି୍ରର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ବର୍ତ୍ତମାନ ୬ଷ୍ଠ ସ୍ଥାନରେ ପହଞ୍ଚିଛନ୍ତି । ଟେସଲା ଇଙ୍କର ପ୍ରତିଷ୍ଠାତା ଏଲନ ମସ୍କ ଏବଂ ଆଲଫାବେଟର ସହପ୍ରତିଷ୍ଠାତା ଲାରି ପେଜଙ୍କୁ ପଛରେ ପକାଇ ମୁକେଶ ଏହି ସ୍ଥାନ ହାସଲ କରିଛନ୍ତି । ଏହି ତାଲିକାରେ ପ୍ରଥମ ସ୍ଥାନରେ ଆମାଜନର ଜେଫ ବେଜୋସ ରହିଥିବା ବେଳେ ଦ୍ୱିତୀୟରେ ମାଇକ୍ରୋସଫ୍ଟର ବିଲ ଗେଟସ ଏବଂ ତୃତୀୟରେ ବର୍ନାଡ ଆରନ୍ଲଟ ଥିବା ବେଳେ ଚତୁର୍ଥରେ ଫେସବୁକର ମାର୍କ ଜୁକର ବର୍ଗ ଏବଂ ପଞ୍ଚମରେ ଷ୍ଟିଭ ବାଲମର ରହିଛନ୍ତି । ମୁକେଶଙ୍କ ସମ୍ପତ୍ତି ୨.୧ ବିଲିୟନ ଡଲାର ବୃଦ୍ଧି ଘଟିଛି । ବର୍ତ୍ତମାନ ତାଙ୍କର ନେଟ ସମ୍ପତ୍ତି ୭୨.୪ ବିଲିୟନ ଡଲାରକୁ ବୃଦ୍ଧି ଘଟିଛି । ଫଳରେ ସେ ମଧ୍ୟ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇପାରିଛନ୍ତି । ରିଲାଏନ୍ସ ଇଣ୍ଡଷ୍ଟି୍ରର ଡିଜିଟାଲ ପ୍ଲାଟଫର୍ମ ଜିଓରେ ଗତ କିଛି ମାସ ମଧ୍ୟରେ ପ୍ରମୁଖ କମ୍ପାନୀଙ୍କ ନିବେଶ, କମ୍ପାନୀର ଅଂଶଧନ, ବୃଦ୍ଧି ଫଳରେ ନିଟ ସମ୍ପତ୍ତିରେ ବୃଦ୍ଧି ଘଟିଥିବା ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା ରିଲାଏନ୍ସ ଜିଓରେ ଫେସବୁକ, ଇଣ୍ଟେଲ, ସିଲିଭରଲେକ, କ୍ୱାଲକମ ଭଳି ବୃହତ ନିବେଶ କରିଛନ୍ତି ।