ମା’ ଦୁର୍ଗାଙ୍କ ୯ ରୂପର ମାହାତ୍ମ୍ୟ

ମା’ ଦୁର୍ଗାଙ୍କ ୯ ରୂପର ମାହାତ୍ମ୍ୟ

ମା’ ଦୁର୍ଗାଙ୍କ ୯ ରୂପର ମାହାତ୍ମ୍ୟ

ଆରମ୍ଭ ହୋଇଯାଇଛି ନବରାତ୍ର। ଧରାଧାମକୁ  ମା’ଦୁର୍ଗତିନାଶିନୀଙ୍କୁ ଆଗମନ ହେଲାଣି। ପାପ, ଅନ୍ୟାୟ, ଅତ୍ୟାଚାରକୁ ବିନାଶ କରି ସମସ୍ତ ଦୁଃଖ କଷ୍ଟକୁ ନାଶ କରିବା ପାଇଁ ଧରାଧାମରେ ମା’ଦୁର୍ଗା ବିରାଜିତ। ସବୁଆଡେ ଖେଳିଯିବ ଖୁସିର ଲହର । ଷଷ୍ଠୀ, ସପ୍ତମୀ, ଅଷ୍ଟମୀ, ନବମୀ ଓ ଦଶମୀ, ଏହି ପାଞ୍ଚ ଦିନ ପୂଜା ସମୟକୁ ହର୍ଷ ଓ ଉଲ୍ଲାସର ସହ ପାଳନ କରାଯାଏ । ମା’ଙ୍କର ୯ଟି ରୂପ- ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟାୟନୀ, କାଳରାତ୍ରି, ମହାଗୌରୀ ଓ ସିଦ୍ଧିଦାତ୍ରୀ ।

 

-ଶୈଳପୁତ୍ରୀ: ଶୈଳରାଜ ହିମାଳୟଙ୍କ ଘରେ କନ୍ୟା ରୂପେ ଆବିର୍ଭୂତା ହୋଇଥିବାରୁ ମା’ଙ୍କ ପ୍ରଥମ ନାମ ଶୈଳପୁତ୍ରୀ । ସେ ହିମବାନ୍ ବା ହିମାଳୟଙ୍କ କନ୍ୟା ହୋଇଥିବାରୁ ତାଙ୍କୁ ହୈମବତୀ ବୋଲି ମଧ୍ୟ କୁହାଯାଏ ।

-ବ୍ରହ୍ମଚାରିଣୀ: ଦେବୀଙ୍କ ସ୍ୱରୂପ ପୂର୍ଣ୍ଣ ଜ୍ୟୋର୍ତିମୟ । ଡାହାଣ ହାତରେ କପମାଳା ଓ ବାମ ହାତରେ କମଣ୍ଡଳୁ ।  ଦେବୀ ଦେବରାଜ ଇନ୍ଦ୍ରଙ୍କୁ ବ୍ରହ୍ମଚାରିଣୀ ରୂପେ ବ୍ରହ୍ମଜ୍ଞାନ ପ୍ରଦାନ କରିଥିବାରୁ ତାଙ୍କ ନାମ ବ୍ରହ୍ମଚାରିଣୀ ।

-ଚନ୍ଦ୍ରଘଣ୍ଟା: ମାତାଙ୍କର ଏହି ସ୍ୱରୂପ ପରମ ଶକ୍ତିଦାୟକ ଓ କଲ୍ୟାଣକାରୀ । ମା’ଙ୍କ ମସ୍ତକରେ ଘଣ୍ଟା ଆକାରରେ ଅର୍ଦ୍ଧର୍ଚନ୍ଦ୍ର ବିରାଜିତ ହୋଇଥିବାରୁ, ମା’ଙ୍କୁ ଚନ୍ଦ୍ରଘଣ୍ଟା ବୋଲି କୁହାଯାଏ । 

-କୁଷ୍ମାଣ୍ଡା: ଉଷ୍ମ ଶବ୍ଦର ଅର୍ଥ ହେଉଛି ତାପ । କୁସôିତ ତାପର ନାମ କୁଷ୍ମା । ଏହି ମରଣଶୀଳ ଜଗତରେ ଅଧିଭୌତିକ, ଅଧିଜୈବିକ ଓ ଆଧ୍ୟାମଇକ ଭେଦରେ ତ୍ରିବିଧ ତାପ । ଉକ୍ତ ଦୁର୍ବିସହ ତ୍ରିତାପ ହିଁ କୁଷ୍ମାଅଣ୍ଡ ଶବ୍ଦ । ଏଠାରେ ଉଦର ଉଷ୍ମା ଯିଏ ଉଦରରେ ବହନ କରିଛନ୍ତି, ସେ କୁଷ୍ମାଣ୍ଡା । କେତେକଙ୍କ ମତରେ କୁଷ୍ମାଣ୍ଡା ଅର୍ଥ ପାଣି କଖାରୁ ଓ ମା’ଙ୍କର ପାଣିକଖାରୁ ପ୍ରିୟ ହୋଇଥିବାରୁ ତାଙ୍କର ନାମ କୁଷ୍ମାଣ୍ଡା ।  ଚତୁର୍ଥ ଦିବସରେ ମାତାଙ୍କର ଏହି ସ୍ୱରୂପର ପୂଜା କରାଯାଏ । ଏହା ଉପାସନାରେ ଭକ୍ତର ସମସ୍ତ ରୋଗ, ଶୋକ ନଷ୍ଟ ହୋଇ ଯଶ ଓ ଆୟୁ ବଢିଥାଏ ।

-ସ୍କନ୍ଦମାତା: ଦେବତାଙ୍କ ସେନାପତି ସ୍କନ୍ଦ ବା କାର୍ତ୍ତିକେୟଙ୍କର ମାତା ହୋଇଥିବାରୁ ତାଙ୍କୁ ସ୍କନ୍ଦମାତା କୁହାଯାଏ ।

-କାତ୍ୟାୟିନୀ: ପରମ ଭକ୍ତ ମହର୍ଷି କାତ୍ୟାୟନଙ୍କ ତପ ଫଳରେ ମାତା ତାଙ୍କ ଝିଅ ଭାବରେ ଜନ୍ମ ନେଇ କାତ୍ୟାୟିନୀ ନାମରେ ବିଦିତା ହୋଇଥିଲେ ।

-କାଳରାତ୍ରି: ମାତାଙ୍କ ଶରୀର ରଙ୍ଗ ରାତ୍ରିପରି କଳା, ମସ୍ତକର କେଶ ମୁକୁଳା, ଗୋଲାକାର ତ୍ରିନେତ୍ର, କଣ୍ଠରେ ବିଜୁଳି ପରି ଉଜ୍ଜ୍ୱଳ ମାଳା । ନାସିକାରୁ ପ୍ରବାହିତ ନିଶ୍ୱାସ ପ୍ରଶ୍ୱାସରୁ ଅଗ୍ନର ଜ୍ୱାଳା ବାହାରୁଥାଏ। ଋକ୍ ବେଦରେ ପରମରତ୍ମାଙ୍କୁ ରାତ୍ରି ବୋଲି କୁହାଯାଇଛି । ପରଂବ୍ରହ୍ମ ରାତ୍ରି ଓ ବ୍ରହ୍ମମୟୀ ମା ହେୁଛନ୍ତି ରାତ୍ରିର ଶକ୍ତି । ଏଥିପାଇଁ ତାଙ୍କୁ କାଳରାତ୍ରି କୁହାଯାଏ । ମାତା ଗର୍ଦଭବାହିନୀ ଓ ଚତୁର୍ଭୁଜା  । ମାତାଙ୍କର ଭୟଙ୍କର ଦୃଶ୍ୟ ହେଉଥିଲେ ବି, ସେ ଶୁଭଫଳ ଦେଉଥିବାରୁ ତାଙ୍କୁ ଶୁଭଙ୍କରୀ କୁହାଯାଏ।

-ମହାଗୌରୀ: ମା’ଙ୍କ ଶରୀର ଶଙ୍ଖ ପରି ଗୌର, ସମସ୍ତ ବସ୍ତ୍ର ଓ ଆଭୂଷଣ ମଧ୍ୟ ଶ୍ୱେତ ଓ ମାତା ବୃଷବାହିନୀ । ପାର୍ବତୀ ରୂପରେ ମାତା ଶଙ୍କରଙ୍କୁ ପାଇବାକୁ କଠୋର ତପସ୍ୟା କରି କଳାକାଠ ପଡିଯାଇଥିବାରୁ ଭଗବାନ ଶିବ ତାଙ୍କୁ ଗଙ୍ଗାଜଳରେ ଧୋଇ ମାଜି ଦେଇଥିଲେ ଓ ସେ ଗୌର ପଡିଯାଇଥିଲେ । ସେଥିପାଇଁ ତାଙ୍କୁ ମହାଗୌରୀ କୁହାଯାଏ ।

-ସିଦ୍ଧିଦାତ୍ରୀ: ମା’ ସକଳ ପ୍ରକାର ସିଦ୍ଧି ପ୍ରଦାନ କରିଥାନ୍ତି । ଅଣିମା, ଲଘିମା, ମହିମା, ବ୍ୟାପ୍ତି, ପ୍ରାକାମ୍ୟା,  ଇଶିତ୍ୱ, ବଶିତ୍ୱ ଓ କାମାବଶାୟିତା ଭଳି ସିଦ୍ଧି ପ୍ରାପ୍ତ ହୋଇଥାଏ। ନବମ ଦିବସରେ ଏହ ସ୍ୱରୂପକୁ ଧ୍ୟାନ କଲେ ସାଧକର ସମସ୍ତ ମନୋବା‚ା ପୂର୍ଣ୍ଣ ହୋଇଥାଏ