ରାଜଧାନୀରେ କରୋନା ସଂକ୍ରମଣ ଅସ୍ଥିର

ରାଜଧାନୀରେ କରୋନା ସଂକ୍ରମଣ ଅସ୍ଥିର

ଭୁବନେଶ୍ୱର: ଦିନକୁ ଦିନ କରୋନାର ଦ୍ୱିତୀୟ ଲହର କମୁଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ସଂକ୍ରମଣ ଅସ୍ଥିର ହେଉଛି। ଧୀରେଧୀରେ ବୃଦ୍ଧି ପାଇବାରେ ଲାଗିଛି। ଏନେଇ ଡିଏମିଟି ସିବିକେ ମହାନ୍ତି କହିଛିନ୍ତି ଯେ ଗତ କିଛି ଦିନ ହେବ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉପର ତଳ ହେଉଛି । ତେବେ ଯେଉଁ ଅଞ୍ଚଳରେ ସଂକ୍ରମଣ ବଢିବ, ସେଠାରେ ମାଇକ୍ରୋ କଣ୍ଟେନ୍ମେଣ୍ଟ ଜୋନ ଘୋଷଣା କରାଯିବ।  ତେବେ ଗତକାଲି ଫରେଷ୍ଟପାର୍କ ଅଞ୍ଚଳର ରାଜେନ୍ଦ୍ର ବିହାର ଆପାର୍ଟମେଣ୍ଟରୁ ଅଧିକ ସଂଖ୍ୟକ କରୋନା ପଜିଟିଭ ଚିହ୍ନଟ ହୋଇଥିବାରୁ ଏହି ଅଞ୍ଚଳକୁ କଣ୍ଟଣ୍ଟନ୍ମେଣ୍ଟ ଜୋନ ଘୋଷଣା କରାଯାଇଥିଲା । ଏହି ଆପାର୍ଟମେଣ୍ଟରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ରହୁଥିବା ଫ୍ଲୋରକୁ ସିଲ୍ କରାଯାଇଥିଲା । ତେବେ ଏଠାରେ ରହୁଥିବା ଲୋକମାନଙ୍କୁ ଆବଶ୍ୟକୀୟ ସାମଗ୍ରୀ ଯୋଗାଇଦେବାକୁ ବିଏମସି ପକ୍ଷରୁ କୁହାଯାଇଥିଲା ।