ମାସ୍କ ନ ପିନ୍ଧି ୪୪ କୋଟି ଗଣିଲେଣି ମୁମ୍ବାଇ ବାସୀ

ମାସ୍କ ନ ପିନ୍ଧି ୪୪ କୋଟି ଗଣିଲେଣି ମୁମ୍ବାଇ ବାସୀ

ମାସ୍କ ନ ପିନ୍ଧି ୪୪ କୋଟି ଗଣିଲେଣି ମୁମ୍ବାଇ ବାସୀ
ମୁମ୍ବାଇ: କରୋନା ଭାଇରସ ଏହାର କାୟା ମେଲାଇବାରେ ଲାଗିଛି । ମୁମ୍ବାଇରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି । ଏଠାରେ ମାସ୍କ ପରିଧାନ ଓ ସାମାଜିକ ଦୂରତା ଭଳି ନିୟମକୁ କଡ଼ାକଡ଼ି କରାଯାଇଛି । ମାସ୍କ ନ ପିନ୍ଧିବା କାରଣରୁ ଏ ଯାବତ ମୁମ୍ବାଇ ବାସିନ୍ଦାଙ୍କ ଠାରୁ ମୋଟ ୪୪ କୋଟି ଟଙ୍କାର ଜରିମାନା ଅଦାୟ କରାଗଲାଣି । ବିଏମସି ଦ୍ୱାରା ଏହି ଜରିମାନା ଆଦାୟ ହୋଇଛି । ଲଗାତାର କିଛି ଦିନ ହେବ ଦୈନିକ ୪୦ ଲକ୍ଷରୁ ଅଧିକ ଟଙ୍କାର ଜରିମାନା ଆଦୟ ହେଉଛି । ସାର୍ବଜନୀନ ସ୍ଥାନ ଠାରୁ ଆରମ୍ଭ କରି ରେଳ ଷ୍ଟେସନରେ ଚେକିଂ ଜୋରଦାର କରାଯାଇଛି । ମାସ୍କ ନ ପିନ୍ଧିଥିବା ଲୋକଙ୍କ ଠାରୁ ୨୦୦ ଟଙ୍କା ଜରିମାନା ଆଦାୟ ହେଉଛି । ଏସବୁ କଟକଣା ସତ୍ତ୍ୱେ ମୁମ୍ବାଇରେ ସଂକ୍ରମିତଙ୍କ ସଂଖ୍ୟା କମିବାର ନାଁ ଧରୁନି ।