ମାସକ ଭିତରେ ଓଟିଇଟି ଫଳ

ମାସକ ଭିତରେ ଓଟିଇଟି ଫଳ

ମାସକ ଭିତରେ ଓଟିଇଟି ଫଳ
ଭୁବନେଶ୍ବର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବୈଠକରେ ସୋମବାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ଏଥିରେ ନଭେମ୍ବର୨୧ ସୁଦ୍ଧା ଓଟିଇଟି ପରୀକ୍ଷା ଫଳ ପାଇବା ପାଇଁ ସୂଚନା ଦିଆ ଯାଇଛି । ପ୍ରଶ୍ନପତ୍ରରେ ଥିବା ତୃଟିକୁ ମନ୍ତ୍ରୀ ସ୍ବୀକୀର କରିଛନ୍ତି । ଯାହାବି ତୃଟି ଅଛି ଅନୁଧ୍ୟାନ କରି ସମାଧାନ କରିବାକୁ ମଧ୍ୟମିକ ଶିକ୍ଷା ବୋର୍ଡକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ନିର୍ଦ୍ଦେଶ ଦେଇଛନ୍ତି ।