ମାରାଥନ ପ୍ରଚାରରେ ନବୀନ
ମାରାଥନ ପ୍ରଚାରରେ ନବୀନ
admin
Apr 12, 2019 - 09:29
Updated: Apr 12, 2019 - 09:29
ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜମିଲାଣି ପ୍ରଚାର । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଆସ୍କା ନିର୍ବାଚନମଣ୍ଡଳୀରେ ମାରାଥନ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଞ୍ଚମଥର କ୍ଷମତାକୁ ଆସିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସବୁ ବଳ ଲଗାଇ ଦେଇଛନ୍ତି । ବିରୋଧୀଙ୍କ ସବୁ ରଣନୀତିକୁ କାଉଣ୍ଟର କରିବା ପାଇଁ ନିଜେ ମଙ୍ଗ ଧରିଛନ୍ତି ମୁଖ୍ୟମନ୍ତ୍ରୀ । ସେଥିପାଇଁ ସେ ବସରେ ବୁଲି ବୁଲି ପ୍ରଚାର କରୁଛନ୍ତି । ୪୦ ଲକ୍ଷ ହିତାଧିକାରୀ କାଳିଆ ଯୋଜନାରୁ ଆର୍ଥିକ ସହାୟତା ପାଇ ସାରିଛନ୍ତି। ବାକି ୨୧ ଲକ୍ଷ ହିତାଧିକାରୀଙ୍କ ସହାୟତା ରାଶିକୁ ଚକ୍ରାନ୍ତ କରି ଅଟକା ଯାଇଛି। ସମ୍ପୃକ୍ତ ହିତାଧିକାରୀମାନେ ଭୋଟ୍ ଦେବା ବେଳେ ତା’ର ଉଚିତ ଜବାବ ଦେବେ। ମୁଁ ଥିବା ଯାଏଁ କାଳିଆ ଯୋଜନାକୁ କେହି ବନ୍ଦ କରି ପାରିବେ ନାହିଁ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ୧୮ରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟର ଆସ୍କାର ଲୋକସଭା ନିର୍ବାଚନମଣ୍ଡଳୀ ସମେତ ଏହା ଅଧୀନରେ ଥିବା ୭ଟି ଯାକ ବିଧାନସଭା ନିର୍ବାଚନମଣ୍ଡଳୀର ପାଇଁ ଭୋଟ ଗ୍ରହଣ ହେବ । ଏହା ଅଧୀନରେ ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢୁଥିବା ହିଞ୍ଜିଳି ବିଧାନସଭା କ୍ଷେତ୍ର ରହିଛି ।