ମାମଲା ରୁଜୁ ପରେ ବି ପୋଲିସ ନିରବ

ମାମଲା ରୁଜୁ ପରେ ବି ପୋଲିସ ନିରବ

ମାମଲା ରୁଜୁ ପରେ ବି ପୋଲିସ ନିରବ
ବଲାଙ୍ଗିର- ରାଜ୍ୟରେ ଲୁଟ ପରେ ଚାଲିଛି ଲୁଟ, ହେଲେ ପୋଲିସ୍ ନିରବ । ବିବାହ ଉସôବରେ ମାଡ ମାରିବା ସହ ୮୦ ହଜାର ଟଙ୍କା ଲୁଟ କରି ନେଇଥିବା ଅଭିଯୋଗର ଦଶ ଦିନ ବିତିଯାଇଥିଲେ ମଧ୍ୟ କଣା୍ଟବାଞ୍ଜି ପୋଲିସ ଏକ ମାମଳା ରୁଜୁ କରି ନିରବ ବସିଛି । ଏଭଳି ଘଟଣା ଘଟିଛି ପଳାହାଣ୍ଡି ଜିଲ୍ଲା କେଗାଁ ରେ । କେଗାଁ ଥାନା ଅନ୍ତର୍ଗତ ବୋର୍ଡା ଗ୍ରାମର ପ୍ରଶନ୍ନ କୁମାର ଜୈନ ବଲାଙ୍ଗିର ଜିଲାଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ । ସେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ଯେ, ଗତ ତା ୧୮-୨-୨୦୨୦ରିଖ ଦିନ ମୋ ଝିଅର ବିବାହ ଚାଲଇଥିଲା । ଘଟଣାସ୍ଥଳରେ ସ୍ଥାନୀୟ ଅଂଚଳର ରମେଶ ଅଗ୍ରୱାଳ ଓ ଅଶୋକ ଅଗ୍ରୱାଳ କିଛି ଯୁବକକୁ ଧରି ହଠାତ ଆସି ମୋର ବଡ ଭାଇ ରୋଷନ ଓ ମଗନଙ୍କୁ ଚପଳରେ ନିସ୍ତୁକ ମାଡ ମାରିବା ସହ ଉପସ୍ଥିତ ମହିଳାମାନଙ୍କୁ ମଧ୍ୟ ଅଶ୍ଳୀଳ ଭାଷାରେ ଗାଳି ଗୋଲେଜ କରି ଦୁର୍ବ୍ୟବହାର କରିଥିଲେ । ଏପରିକି ରୋଷନ ପାଖରେ ଥିବା ନଗତ ୮୦ ହଜାର ଟଙ୍କା ଲୁଟ କରି ନେଇ ସେମାନେ ଫେରାର ହୋଇଯାଇଥିଲେ । ଏନେଇ ସ୍ଥାନୀୟ ଥାନାରେ ଅଭିଯୋଗ କରିବା ପରେ ମଧ୍ୟ ପୋଲିସ ଚୁପ୍ । ଏ ସମ୍ପର୍କରେ କଣା୍ଟବାଞ୍ଜି ଥାନାଧିକାରୀ ବିଜୟନନ୍ଦ କରକରାଙ୍କୁ ପଚାରିବାରୁ ସେ କହନ୍ତି ଯେ, ତଦନ୍ତ ଚାଳିଛି । ଯଥା ଶିଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି କହିଥିଲେ । ୫ ଟି ମୋ ସରକାର ଏଠି ସତରେ କାର୍ଯ୍ୟ କରୁଛି କି ନାହିଁ, ତାହା ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି ।