ମାନସ ସ୍ବାଇଁ ହତ୍ୟା ଘଟଣା; ଅବସରପ୍ରାପ୍ତ ଓଏଏସ୍‌ ନିରଂଜନ ସେଠୀ ଗିରଫ

ମାନସ ସ୍ବାଇଁ ହତ୍ୟା ଘଟଣା; ଅବସରପ୍ରାପ୍ତ ଓଏଏସ୍‌ ନିରଂଜନ ସେଠୀ ଗିରଫ

ମାନସ ସ୍ବାଇଁ ହତ୍ୟା ଘଟଣା; ଅବସରପ୍ରାପ୍ତ ଓଏଏସ୍‌ ନିରଂଜନ ସେଠୀ ଗିରଫ

ଭୁବନେଶ୍ୱର : କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାରେ ପୂର୍ବତନ ପ୍ରଶାସନିକ ଅଧିକାରୀ ନିରଞ୍ଜନ ସେଠୀ ଗିରଫ ହୋଇଛନ୍ତି  । ସେହିପରି ରଞ୍ଜନ କୁମାର ନାୟକ ନାମକ ଜଣେ ବ୍ୟକ୍ତି ମଧ୍ୟ ଗିରଫ ହୋଇଛନ୍ତି  । ତେବେ ସେ ହତ୍ୟାକାରୀ ନୁହଁନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି ନିରଞ୍ଜନ  । କୋର୍ଟକୁ ଯିବାବେଳେ ସେ କହିଛନ୍ତି, ଆଇ ଆମ ନଟ ଦ କିଲର  ।

ଶର୍ମିଷ୍ଠା ରାଉତର ସହଯୋଗୀ ଝୁନା ପୁଲିସ କବଜାରେ ରହିଥିବା ଜାଣିବାକୁ ମିଳିଛି  । ତେବେ ଏନେଇ ପୁଲିସ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନଥିଲେ ମଧ୍ୟ ପୁଲିସ ଏସଂକ୍ରାନ୍ତରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇପାରେ ବୋଲି ଅନୁମାନ କରାଯାଉଛି  ।

ମିଳିଥିବା ସୂଚନା ଅନୁଯାୟୀ, କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡରେ ପୁଲିସ ଏବେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତକୁ ଖୋଜୁଛି  । ତେବେ ଶର୍ମିଷ୍ଠାର ସହଯୋଗୀ ଝୁନା ଓ ମୋବାଇଲ ଦୋକାନୀ ରାଜକୁ ପୁଲିସ ଗିରଫ କରିଥିବା ନେଇ ଭଦ୍ରକରେ ଚର୍ଚ୍ଚା ହେଉଛି  । ସେମାନଙ୍କୁ ଗୋପନ ଜାଗାରେ ରଖି ପୁଲିସ ପଚରା ଉଚରା କରୁଛି  । ଗତକାଲି ଠାରୁ ସେମାନଙ୍କୁ ପୁଲିସ ଗିରଫ କରିବା ସହ ତଦନ୍ତକୁ ଆଗକୁ ବଢ଼ାଇଥିଲା  । ସେମାନଙ୍କ ଠାରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଥିବା କୁହାଯାଉଛି  । 

ଅପରପକ୍ଷରେ ଶର୍ମିଷ୍ଠା ସହ ଗୁରୁମା’ଙ୍କୁ ବି ଖୋଜାଯାଉଛି  । ଉକ୍ତ ମହିଳା ଜଣଙ୍କର ଜାତୀୟ ଦଳର ନେତାଙ୍କ ସହ ଭଲ ସମ୍ପର୍କ ରହିଥିଲା  । ତେବେ ପୁଲିସ ଏନେଇ ସାମ୍ବାଦିକ ସମ୍ମିଳନୀ କରିବାକୁ ଯାଉଥିବାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି  ।