ପୁଷ୍କର ସିଂହ ଧାମି ହେବେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ

ପୁଷ୍କର ସିଂହ ଧାମି ହେବେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ

ପୁଷ୍କର ସିଂହ ଧାମି ହେବେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ପୁ‌ଷ୍କର ସିଂହ ଧାମି ପୁନର୍ବାର ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ। ଆଜି ବିଜେପି ପକ୍ଷରୁ ନିଯୁକ୍ତି ପର୍ୟ୍ୟବେକ୍ଷକ ତଥା ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ବରିଷ୍ଠ ବିଜେପି ନେତା ମୀନାକ୍ଷୀ ଲେଖି ଏହି ଘୋଷଣା କରିଛନ୍ତି। ଧାମିଙ୍କୁ ବିଧାୟକ ଦଳର ନେତା ଭାବେ ବଛାଯିବା ପରେ ସେ ଦ୍ବିତୀୟ ଥର ଲାଗି ଦେବଭୂମି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହେବାର ପଥ ପରିଷ୍କାର ହୋଇଯାଇଛି। ସୂଚନା ଅନୁଯାୟୀ ଧାମି ଚଳିତ ବିଧାନସଭା ନିର୍ବାଚନରେ ସେ ତାଙ୍କ ନିଜ ଆସନ ଖାତିମାରୁ ପରାଜିତ ହୋଇଛନ୍ତି। ଏହା ସତ୍ତ୍ବେ ଦଳ ତାଙ୍କ ଉପରେ ବିଶ୍ବାସସ୍ଥାପନ କରିଛି। ସେ ନିଜ ଆସନରୁ ପରାଜିତ ହୋଇଥିଲେ ମଧ୍ୟ ଦଳକୁ ବିଜୟୀ କରାଇବାରେ ମୁଖ୍ୟ ଭୂମିକା ନେଇଥିଲେ। ୨୦୧୨ ଓ ୨୦୧୭ରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଚଳିତ ନିର୍ବାଚନରେ ୭୦ ଆସନ ବିଶିଷ୍ଟ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପି ୪୭ ଟି ଆସନରେ ବିଜୟୀ ହୋଇଛି।