ମାନସ ଦାସଙ୍କ ପ୍ରଶାନ୍ତ ନନ୍ଦ ଲିଙ୍କ : ରନିଙ୍କୁ ବିରୋଧ କରିବେ ବିଜେପି କର୍ମୀ !

ମାନସ ଦାସଙ୍କ ପ୍ରଶାନ୍ତ ନନ୍ଦ ଲିଙ୍କ : ରନିଙ୍କୁ ବିରୋଧ କରିବେ ବିଜେପି କର୍ମୀ !

ମାନସ ଦାସଙ୍କ ପ୍ରଶାନ୍ତ ନନ୍ଦ ଲିଙ୍କ : ରନିଙ୍କୁ ବିରୋଧ କରିବେ ବିଜେପି କର୍ମୀ !

ବେଗୁନିଆରୁ ବିଶ୍ବ ପ୍ରଧାନ : ମାନବବାଦୀ ସଂଗଠନର ମୁଖ୍ୟ ମାନସ ଦାସର ଅମାନବୀୟ କାଣ୍ଡ ବେଗୁନିଆ ବୋଲଗଡ ନିର୍ବାଚନମଣ୍ଡଳୀରେ ବେଶ ଆଲୋଡିତ କରିଛି । ବିଶେଷକରି ବେଗୁନିଆର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦଙ୍କ ମୁଣ୍ଡିଆ ମରା ଘଟଣାକୁ ନେଇ ଚର୍ଚ୍ଚା ହେଉଛି । ଏପରିକି ଅଞ୍ଚଳରେ ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସମ୍ପ୍ରତି ପ୍ରଶାନ୍ତ ନନ୍ଦ ବେଗୁନିଆ ରାଜନୀତିରେ ସକ୍ରିୟ ନଥିବାବେଳେ ତାଙ୍କ ପୁଅ ତଥା ବିଜେପି ନେତା ଋଷଭ ନନ୍ଦ ରାଜନୀତିରେ ସକ୍ରିୟ ଅଛନ୍ତି । ପ୍ରଶାନ୍ତ ନନ୍ଦଙ୍କ କର୍ମୀମାନେ ଏବେ ଋଷଭଙ୍କ ସହ ଅଛନ୍ତି । ତେବେ ମାନସ ଦାସ ଗିରଫ ହେବା ପରେ ତାଙ୍କ ସହ ପ୍ରଶାନ୍ତ ଜଡିତ ଥିବାରୁ ରନି ଏବେ ବିଜେପି କର୍ମୀଙ୍କ ସମାଲୋଚନା ପରିଧିକୁ ଆସିଯାଇଛନ୍ତି । କେତେକ ବିଜେପି କର୍ମୀ ତାଙ୍କୁ ବିରୋଧ କରିବାକୁ ସଜ ହେଉଛନ୍ତି ବୋଲି ରାଜନୀତିକ ମହଲରେ କୁହାଯାଉଛି । ଯାହା ଏବେ ରନିଙ୍କ ଶିବିରରେ ଚିନ୍ତାର କାରଣ ପାଲଟିଛି । ମାନସ ଦାସ ଏବେ ହତ୍ୟା ମାମଲାରେ ଜେଲରେ ଅଛନ୍ତି । ତାଙ୍କର ତାଲିବାନୀ ରାଜକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ହେଉଛି ।‌ ଖୋର୍ଦ୍ଧା ଜିଲ୍ଲାର ବହନ ସଂଗଠନ ମାନସକୁ ବିରୋଧ କରୁଥିବାବେଳେ ଅନେକ ସଂଗୀନ ଅଭିଯୋଗ ଆସିଛି । ତେବେ ଏଭଳି ବ୍ୟକ୍ତିଙ୍କର ପ୍ରଶାନ୍ତ ନନ୍ଦ କାହିଁକି ପାଦ ଛୁଇଁଥିଲେ ? ସେ ପ୍ରଶ୍ନର ଉତ୍ତର ମିଳିନାହିଁ । ଏନେଇ ଋଷଭଙ୍କ ପ୍ରତିକ୍ରିୟା ଜାଣିବାକୁ ଚେଷ୍ଟା କରାଯାଇଥିଲେବି ସମ୍ଭବପର ହୋଇନଥିଲା ।