ଆଫଗାନିସ୍ତାନ ଛାଡ଼ୁଥିବା ମହିଳା ବାହାହେବାକୁ ବାଧ୍ୟ

ଆଫଗାନିସ୍ତାନ ଛାଡ଼ୁଥିବା ମହିଳା ବାହାହେବାକୁ ବାଧ୍ୟ

ଆଫଗାନିସ୍ତାନ ଛାଡ଼ୁଥିବା ମହିଳା ବାହାହେବାକୁ ବାଧ୍ୟ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନୀ ଶାସନ ଆରମ୍ଭ ହୋଇଯାଇଥିବାବେଳେ ସେଠାରେ ମହିଳାଙ୍କ ଉପରେ ହେଉଥିବା ନାନା ପ୍ରକାରର ନିର୍ୟାତନା ଖବର ପଦାକୁ ଆସୁଛି। ଏବେ ଆଉ ଏକ ଅକଥନୀୟ ନିର୍ୟାତନା କଥା ଶୁଣିବାକୁ ମିଳୁଛି।  ଆଫଗାନିସ୍ତାନ ଛାଡ଼ି ପଳାଇ ଆସିବା ପାଇଁ ଚାହୁଥିବା ମହିଳାମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ କାବୁଲ ବିମାନ ବନ୍ଦର ବାହାରେ ବାହାହେବାକୁ ପଡ଼ୁଛି । ଆମେରିକା ଯିବାକୁ ହେଲେ ଆଫଗାନିସ୍ତାନର ମହିଳାମାନଙ୍କୁ ଏଭଳି ନିର୍ୟାତନାର ଶିକାର ହେବାକୁ ପଡ଼ୁଛି । ସୂଚନା ଅନୁସାରେ, ତାଲିବାନମାନଙ୍କ କବଳରୁ ଉଦ୍ଧାର ପାଇବା ପାଇଁ ମହିଳାମାନଙ୍କୁ ଏଭଳି ବିବାହ କରିବାକୁ ପଡ଼ୁଛି । ସଂଯୁକ୍ତ ଆରବ ଏମିରେଟସ (ୟୁଏଇ)ର ଗୋଟିଏ ସ୍ଥାନାନ୍ତର କେନ୍ଦ୍ରରୁ ଏଭଳି ଖବର ପଦାକୁ ଆସିଛି । ତାଲିବାନ କବଳରୁ ଉଦ୍ଧାର ପାଇବା ପାଇଁ ମହିଳା ସଦସ୍ୟମାନଙ୍କୁ ପରିବାର ସଦସ୍ୟମାନେ ବାହାହେବାକୁ ବାଧ୍ୟ କରିଥିବା ଜଣାଯାଇଛି। ଏପରିକି ଯେଉଁ ପୁରୁଷମାନେ ଲୋକଙ୍କୁ ସ୍ଥାନାନ୍ତର କାର୍ୟ୍ୟରେ ନିୟୋଜିତ ଅଛନ୍ତି, ସେମାନଙ୍କୁ ଆଫଗାନିସ୍ତାନ ଛାଡ଼ିବାକୁ ଥିବା ପରିବାରଗୁଡ଼ିକ ବ୍ୟାପକ ଲାଞ୍ଚ ଦେଇଛନ୍ତି। ୟୁଏଇରେ ଅବସ୍ଥାପିତ ଆମେରିକୀୟ ଅଧିକାରୀଙ୍କ ପାଇଁ ଏହା ଚିନ୍ତା ବଢ଼ାଇ ଦେଇଥିବା ସିଏନଏନ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି।