ମହାପ୍ରଭୁଙ୍କ ଘୋଷଯାତ୍ରା ଜୁଲାଇ ୧୨ ତାରିଖରେ ଅନୁଷ୍ଠିତ ହେବ, ଏ ବର୍ଷ ୩ ଦିନ ନବ ଯୌବନ ଦର୍ଶନ

ମହାପ୍ରଭୁଙ୍କ ଘୋଷଯାତ୍ରା ଜୁଲାଇ ୧୨ ତାରିଖରେ ଅନୁଷ୍ଠିତ ହେବ, ଏ ବର୍ଷ ୩ ଦିନ ନବ ଯୌବନ ଦର୍ଶନ

ମହାପ୍ରଭୁଙ୍କ ଘୋଷଯାତ୍ରା ଜୁଲାଇ ୧୨ ତାରିଖରେ ଅନୁଷ୍ଠିତ ହେବ, ଏ ବର୍ଷ ୩ ଦିନ ନବ ଯୌବନ ଦର୍ଶନ

ପୁରୀ: ମହାପ୍ରଭୁଙ୍କ ଘୋଷଯାତ୍ରା ଜୁଲାଇ ୧୨ ତାରିଖରେ ଅନୁଷ୍ଠିତ ହେବ । ଏହାର ତିନି ଦିନ ପୂର୍ବରୁ ଅର୍ଥାତ ଜୁଲାଇ ୯ ତାରିଖରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଓ ନେତ୍ରାତ୍ସବ ନୀତି ପାଳନ ହେବ । ତଦନୁଯାୟୀ ଜୁଲାଇ ୯ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ହେବ । ଚଳିତ ବର୍ଷ ବିନା ଭକ୍ତରେ ଏହି ସବୁ ନୀତି ପାଳନ ହେଉଥିବାରୁ ଭକ୍ତମାନେ ପ୍ରଭୁଙ୍କ ନବଯୌବନ ଦର୍ଶନର ସୁଯୋଗ ପାଇବେ ନାହିଁ । ମହାପ୍ରଭୁଙ୍କ ସେବାରେ ଆଜି ଉପସ୍ଥିତ ହେବେ ଦଇତାପତି ସେବାୟତ । ପରମ୍ପରା ମୁତାବକ ତ୍ରୟୋଦଶୀ ତିଥିରେ ଦଇତାପତି ଶ୍ରୀମନ୍ଦିର ପ୍ରବେଶ କରୁଛନ୍ତି । ଆଜି ଦ୍ୱାଦଶୀ ସହ ତ୍ରୟୋଦଶୀ ତିଥି ରହିଛି । ଦଇତାପତି ସେବକ କହିଛନ୍ତି ଜୁନ ୨୨ ତାରିଖରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ପୂର୍ବରୁ ଆମେ ପ୍ରଭୁଙ୍କ ସେବାରେ ହାଜର ହେବୁ । ବଡ଼ ଦେଉଳ ପ୍ରବେଶ ଦିନ ଠାକୁରଙ୍କ ବାହୁଚକଣ୍ଟ ନୀତି ଆମେ ସନ୍ଧ୍ୟା ଧୂପ ପରେ ଶେଷ କରିବୁ । ତା ପରେ କୋଠସୁଅାଁସିଆ ରତ୍ନବେଦିରେ ଚାରମାଳ ବାନ୍ଧିବେ । ଏହା ପରେ ଜୁନ ୨୩  ସେନାପଟା ଲାଗି ନୀତି ସମ୍ପାଦନ କରିବୁ ।

ଉଲ୍ଲେଖନୀ ତ୍ରୟୋଦଶୀ ତିଥିଠାରୁ ଆରମ୍ଭ କରି ଦେବସ୍ନାନ ପୂର୍ଣ୍ଣିମା, ଅଣସର ବିଜେ, ନବଯୌବନ ଦର୍ଶନ, ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡ଼ା ଯାତ୍ରା, ସୁନାବେଶ, ଅଧରପଣା ସହ ମହାପ୍ରଭୁଙ୍କ ନୀଳାଦି୍ର ବିଜେ ପର୍ଯ୍ୟନ୍ତ ଦଇତାପତି ସେବକ ଠାକୁରଙ୍କ ସେବାରେ ରହିବେ । ସ୍ନାନପୂର୍ଣ୍ଣିମା ରାତିରୁ ମହାପ୍ରଭୁଙ୍କ ଅଣସର ବିଜେବେଳେ ଦଇତାପତି ସେବାୟତ ମହାପ୍ରଭୁଙ୍କର ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଅଣସର ପିଣ୍ଡିରେ ଅନେକ ଗୋପନ ସେବା କରିବେ । ସେହିଭଳି ସ୍ନାନଯାତ୍ରା, ଶ୍ରୀଗୁଣ୍ଡିଚା, ବାହୁଡ଼ା ଯାତ୍ରା, ନୀଳାଦି୍ର ବିଜେ ପର୍ବରେ ପ୍ରଭୁଙ୍କ ପହଣ୍ଡି ଭଳି ଗୁରୁତ୍ୱପୂର୍ଣ୍ଣ ନୀତି ଦଇତାପତିଙ୍କ ଉପରେ ନ୍ୟସ୍ତ ରହିବ ।