ବଜ୍ରାଘାତରେ ଦୁଇ ଚାଷୀ ମୃତ
ବଜ୍ରାଘାତରେ ଦୁଇ ଚାଷୀ ମୃତ
ତୁରୁମୁଙ୍ଗା: ବଜ୍ରପାତ ଘଟି ଦୁଇ ଚାଷୀ ପ୍ରାଣ ହରାଇଛନ୍ତି । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରୀ ପଞ୍ଚାୟତ ଡଳଙ୍ଗ ଗ୍ରାମରେ ସୋମବାର ଅପରାହ୍ନରେ ଘଟିିଛି ଅଘଟଣ । ମୃତକ ମାନେ ହେଲେ ଗ୍ରାମର ଈଶ୍ୱର ଚନ୍ଦ୍ର ବାରିକ (୪୮) ଓ ଚନ୍ଦ୍ରଶେଖର ମହାନ୍ତି (୩୫) ।
ଈଶ୍ୱର ଓ ଚନ୍ଦ୍ରଶେଖର ବିଲରେ କାମ କରୁଥିବା ବେଳେ ଅପରାହ୍ନରେ ବଜ୍ରପାତ ହୋଇଥିଲା । ଘଟଣାସ୍ଥଳରେ ହିଁ ଦୁହେଁ ଟଳି ପଡିଥିଲେ । ଖବର ପାଇ ମୃତକଙ୍କ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସେଠାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ଖବର ପାଇ ତୁରୁମୁଙ୍ଗା ଥାନା ଅଧିକାରୀ ବୈଦ୍ୟନାଥ ସାହୁ ପହଞ୍ଚି ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଶକୁନ୍ତଳା ନାୟକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏକ ସଙ୍ଗରେ ଦୁଇ ଜଣଙ୍କ ମୃତୁ୍ୟ ଯୋଗୁଁ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।




admin 