ମନ୍ଦିର ବନ୍ଦ ପ୍ରତିବାଦରେ ଦୈନିକ ୯ ମିନିଟ ଘଣ୍ଟ ବାଡେଇ ପ୍ରତିବାଦ

ମନ୍ଦିର ବନ୍ଦ ପ୍ରତିବାଦରେ ଦୈନିକ ୯ ମିନିଟ ଘଣ୍ଟ ବାଡେଇ ପ୍ରତିବାଦ

ମନ୍ଦିର ବନ୍ଦ ପ୍ରତିବାଦରେ ଦୈନିକ ୯ ମିନିଟ ଘଣ୍ଟ ବାଡେଇ ପ୍ରତିବାଦ
ଭୁବନେଶ୍ୱର: କରୋନା ମହାମାରୀ ସମୟରେ ଧୀରେ ଧୀରେ ଜୀବନ ଯାତ୍ରା ସ୍ୱାଭାବିକ ହୋଇଥିବାବେଳେ ଅଦ୍ୟାବଧି ମନ୍ଦିର ଖୋଲାଯାଇପାରିନାହିଁ । ଫଳରେ ଏହା ଉପରେ ନିର୍ଭର କରି ନିଜର ଗୁଜୁରାଣ ମେଣ୍ଟାଉଥିବା ପରିବାରମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଭକ୍ତମାନେ ମଧ୍ୟ ଦେବାଦେବୀଙ୍କ ଦର୍ଶନ କରିବାରୁ ବଞ୍ଚିତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ତଥା ମନ୍ଦିର ଖୋଲିବା ଦାବିରେ ସେବାୟତମାନେ ଆନେ୍ଦାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ଆସନ୍ତା ୧୧ ତାରିଖରୁ ସବୁ ମନ୍ଦିର ଆଗରେ ଘଣ୍ଟ ବାଡେ଼ଇବା ପାଇଁ ସେବାୟତମାନେ ନିଷ୍ପତ୍ତି ନେଇଛନ୍ତି । ଦୈନିକ ସକାଳଳ ୯ରୁ ୯ମିନିଟ ଯାଏଁ ସେବାୟତମାନେ ଘଣ୍ଟ ବାଡେ଼ଇବେ । ଏଥିସହ ଆସନ୍ତା ୨୦ରେ ବିଧାନସଭା ଆଗରେ ବିକ୍ଷୋଭ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଏଭଳି ନିଷ୍ପତ୍ତି ସମ୍ପର୍କରେ ରାଜ୍ୟ ମନ୍ଦିର ସେବାୟତ ସଂଘ ସଭାପତି କାମେଶ୍ୱର ତ୍ରିପାଠୀ ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ବାରମ୍ବାର ସରକାରଙ୍କୁ ନିବେଦନ ଓ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବା ପରେ ମଧ୍ୟ ସରକାର ମନ୍ଦିର ଖୋଲିବା ନିଷ୍ପତ୍ତିକୁ ଝୁଲାଇ ରଖିବା ଦ୍ୱାରା ସେବାୟତମାନେ ଦୁର୍ଦ୍ଧିନରେ ସମୟ ବିତାଉଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଦେ୍ର୍ଧଶ ମତେ ଜୁନ ୮ ତାରିଖରୁ ସାରା ଦେଶରେ ଧର୍ମାନୁଷ୍ଠାନ ଖୋଲାଯାଇଥିଲେ ହେଁ ରାଜ୍ୟରେ ଏ ପର୍ୟ୍ୟନ୍ତ ମନ୍ଦିର ଓ ଧର୍ମାନୁଷ୍ଠାନ ବନ୍ଦ ରହିଛି । ଏନେଇ ସଂଘ ପକ୍ଷରୁ ସଦସ୍ୟମାନେ ଉଚ୍ଚ ନ୍ୟାୟାଳୟକୁ ଯାଇଥିଲେ । କଟକଣା ମଧ୍ୟରେ ମନ୍ଦିର ଖୋଲିବାକୁ ନ୍ୟାୟାଳୟ ପକ୍ଷରୁ ନିଦେ୍ର୍ଧଶ ଦିଆଯାଇଥିଲା । ଏ ନେଇ ଅଗଷ୍ଟ ୧୨ରେ ସଂଘର କର୍ମକର୍ତ୍ତା ଦେବୋତ୍ତର ଆୟୁକ୍ତଙ୍କୁ ବି ଭେଟିଥିଲେ । ଅଗଷ୍ଟ ୨୮ରେ ଆଇନମନ୍ତ୍ରୀ ଓ ଦେବୋତ୍ତର ଆୟୁକ୍ତଙ୍କୁ ସାକ୍ଷାତ କରି ୮ ଦଫା ଦାବି ପତ୍ର ଦେବା ସହ ମନ୍ଦିର ଖୋଲିବାକୁ ନିବେଦନ କରିଥିଲେ । ମାତ୍ର ସରକାର ମନ୍ଦିର ଖୋଲିବାକୁ ଅନୁମତି ଦେଲେ ନାହିଁ ।