ମନ୍ତ୍ରୀଙ୍କ କଥାକୁ କାଟିଲେ ଡିଏମଇଟି, ପ୍ରାଥମିକ ସ୍କୁଲ ଖୋଲିନପାରେ

ମନ୍ତ୍ରୀଙ୍କ କଥାକୁ କାଟିଲେ ଡିଏମଇଟି, ପ୍ରାଥମିକ ସ୍କୁଲ ଖୋଲିନପାରେ

ମନ୍ତ୍ରୀଙ୍କ କଥାକୁ କାଟିଲେ ଡିଏମଇଟି, ପ୍ରାଥମିକ ସ୍କୁଲ ଖୋଲିନପାରେ

ଭୁବନେଶ୍ୱର: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦ୍ରୁତ ଗତିରେ ତା’ର କାୟା ବିସ୍ତାର କରିବାରେ ଲାଗିଛି। ଗତ କିଛି ଦିନ ହେବ କରୋନା ସଂକ୍ରମଣ ତଳମୁହାଁ ହେଉଥିବା ହେତୁ  ଦୀର୍ଘ ଦିନ ଧରି ବନ୍ଦ ରହିଥିବା ଶିକ୍ଷାନୁଷ୍ଠାନ ଗୁଡିକ ପର୍ଯ୍ୟାୟକ୍ରମେ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଥିଲେ ଓ ଧୀରେଧୀରେ ଶିକ୍ଷାନୁଷ୍ଠାନ ଗୁଡିକ ଖୋଲିଥିଲା । କିନ୍ତୁ ପ୍ରାଥମିକ ସ୍କୁଲ ଗୁଡିକ ଖୋଲିନଥିଲା ।


ତେବେ ଜାନୁୟାରୀ ୩ତାରିଖରୁ କୋମଳମତି ଶିଶୁ (୫ରୁ ୧୦ବର୍ଷ ବୟସର)ଙ୍କୁ ସ୍କୁଲ ଆଣିବା ପାଇଁ ରାଜ୍ୟ ସରକାର ଗତକାଲି ଗାଇଡଲାଇନ୍ ଜାରି କରିଥିଲେ । ସବୁ ବର୍ଗର ସ୍କୁଲଗୁଡିକ ପାଇଁ ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ଆସନ୍ତା ୩ ତାରିଖରୁ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ ।
ଅନ୍ୟପଟେ ରାଜ୍ୟରେ କୋଭିଡ-୧୯ର ନୂଆ ଭାରିଆଣ୍ଟ ‘ଓମିକ୍ରନ’ ସଂକ୍ରମଣର ଆଶଙ୍କା ବୃଦ୍ଧି ପାଉଥିବାବେଳେ ଏହି କୋମଳମତି ପିଲାଙ୍କ ପାଇଁ ଅଫଲାଇନ୍ କ୍ଲାସ ଆରମ୍ଭ କରିବାକୁ କିଏ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ପରାମର୍ଶ ଦେଲା ଓ ପିଲାଙ୍କ ଜୀବନକୁ ବିପଦକୁ ଠେଲିବାର ଏଭଳି  ଚିନ୍ତାଧାରାକୁ ନେଇ ଅଭିଭାବକ ମହାସଂଘ ଓ ଶିକ୍ଷାବିତ୍ ମାନେ ବିରୋଧ କରିଥିଲେ ।

 
ତେବେ ଆଜି ଡିଏମଇଟି ରମାରମଣ ମହାନ୍ତି କହିଛନ୍ତି ଯେ, ପ୍ରଥମିକ ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳିପାରେ । ରାଜ୍ୟ ସରକାର ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବେ। ଗତକାଲି ଗଣଶିକ୍ଷା ମନ୍ତ୍ରୀ ପ୍ରାଥମିକ ସ୍କୁଲ ଖୋଲିବା ନେଇ ଘୋଷଣା କରିଥିଲେ । ଏ ନିଷ୍ପତ୍ତି ହୁଏତ ପୂର୍ବରୁ ନିଆଯାଇଥାଇପାରେ ବୋଲି ଡିଏମଇଟି କହିଛନ୍ତି । ଯେତେବେଳେ ଏ ନିଷ୍ପତ୍ତି ନିଆଯାଇଥିଲା, ସେତେବେଳେ ଓଡିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିଲା ଓ ଓମିକ୍ରନର ଭୟ ମଧ୍ୟ ନଥିଲା । ବର୍ତ୍ତମାନ ଓଡିଶାରେ କରୋନା ସଂକ୍ରମଣ ଉପରମୁହାଁ ହେଉଥିବାବେଳେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ, ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳି ପାରେ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ ଆଜି ଓଡିଶାରେ ଆଉ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଥିବା ସୂଚନା ମିଳିଛି ।