ମତଦାନର ଦିନକ ପୂର୍ବରୁ ଅଣଭୋଟରଙ୍କୁ ସ୍ଥାନ ଛାଡ଼ିବାକୁ ନିର୍ଦେଶ

ମତଦାନର ଦିନକ ପୂର୍ବରୁ ଅଣଭୋଟରଙ୍କୁ ସ୍ଥାନ ଛାଡ଼ିବାକୁ ନିର୍ଦେଶ

ମତଦାନର ଦିନକ ପୂର୍ବରୁ ଅଣଭୋଟରଙ୍କୁ ସ୍ଥାନ ଛାଡ଼ିବାକୁ ନିର୍ଦେଶ

ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ  ୧୬ ତାରିଖରେ ଆରମ୍ଭ ହେବ। ୨୦୨ଟି ଜିଲ୍ଲା ପରିଷଦ ଜୋନର ୧୬୬୯ଟି ପଂଚାୟତରେ ନିର୍ବାଚନ ହେବ । ଏସବୁ ଅଂଚଳରେ ପ୍ରଚାର କରୁଥିବା ବାହାରର ନେତା ଓ କର୍ମୀ ଯେଭଳି ୧୪ତାରିଖ ସନ୍ଧ୍ୟା ସୁଦ୍ଧା ସ୍ଥାନ ଛାଡ଼ିବେ ନିର୍ଦେଶ ଦିଆଯାଇଛି।  

ଜିଲ୍ଲାପାଳମାନଙ୍କ ସହ ଏନେଇ ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ ପ୍ରଥମ ପର୍ୟ୍ୟାୟ ପଂଚାୟତ ନିର୍ବାଚନ ପ୍ରସ୍ତୁତି ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି କାର୍ୟ୍ୟର ଅଗ୍ରଗତିର ମଧ୍ୟ ସମୀକ୍ଷା କରିଥିଲେ। ଏହି ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ପାଢ଼ୀ କହିଛନ୍ତି ଯେ, ୧୪ ତାରିଖ ସନ୍ଧ୍ୟା ୭ଟାରୁ ସମସ୍ତ ପ୍ରକାର ପ୍ରଚାର ବନ୍ଦ ରହିବ। ୧୬ ତାରିଖରେ ନିର୍ବାଚନ ହେବାକୁ ଥିବା ଅଂଚଳରେ ୧୪ ତାରିଖ ସନ୍ଧ୍ୟା ପରେ ପ୍ରଚାରରେ ନିୟୋଜିତ ଥିବା କୌଣସି ବାହାର ଲୋକ ଅବା ରାଜନୀତିକ କର୍ମୀ-ନେତାମାନଙ୍କୁ ରହିବା ପାଇଁ ଅନୁମତି ମିଳିବ ନାହିଁ । ସମସ୍ତ ବାହାରର ନେତା-କର୍ମୀଙ୍କୁ ଫେବୃୟାରୀ ୧୪ ତାରିଖ ସନ୍ଧ୍ୟା ସୁଦ୍ଧା ସେସବୁ ସ୍ଥାନ ଛାଡ଼ିବାକୁ ପଡ଼ିବ। ମତଦାନ କେନ୍ଦ୍ର ଅଭିମୁଖେ ପୋଲିଂ ଅଧିକାରୀମାନେ ୧୪ ଓ ୧୫ ତାରିଖରେ ଗସ୍ତ କରିବେ। ସମସ୍ତ ସମ୍ବେଦନଶୀଳ ବୁଥରେ ମତଦାନର ଭିଡିଓ ରେକର୍ଡିଂ କରାଯିବା ସହ ଷ୍ଟ୍ରଙ୍ଗରୁମରେ ସିସିଟିଭି କ୍ୟାମେରା ଲଗାଯିବ ଓ ଭୋଟଗଣତିର ରେକର୍ଡିଂ ମଧ୍ୟ ହେବ ।