ମଙ୍କି ପକ୍ସ ଲାଗି କେନ୍ଦ୍ରର ଗାଇଡ୍‌ଲାଇନ୍‌ ଜାରି

ମଙ୍କି ପକ୍ସ ଲାଗି କେନ୍ଦ୍ରର ଗାଇଡ୍‌ଲାଇନ୍‌ ଜାରି

ମଙ୍କି ପକ୍ସ ଲାଗି କେନ୍ଦ୍ରର ଗାଇଡ୍‌ଲାଇନ୍‌ ଜାରି

ନୂଆଦିଲ୍ଲୀ: କରୋନା ସଂକ୍ରମଣ କମି ନଥିବା ବେଳେ ଏବେ ବିଶ୍ବକୁ ଘାରିଛି ମଙ୍କିପକ୍ସ ଭୟ। ଏହାକୁ ସମ୍ମୁଖୀନ ହେବାକୁ କେନ୍ଦ୍ର ପକ୍ଷରୁ ସ୍ବତନ୍ତ୍ର ଗାଇଡ୍ଲାଇନ୍‌ ଜାରି କରାଯାଇଛି। କେନ୍ଦ୍ର ସରକାର ମଂକିପକ୍ସ ସହ ଲଢେଇ ଆରମ୍ଭ କରିଛନ୍ତି। କୌଣସି ସନ୍ଦିଗ୍ଧ ଆସିଲେ ତୁରନ୍ତ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ରୋଗ ମଣିଷ ପାଖରୁ ମଣିଷକୁ ସଂକ୍ରମିତ ହେଉଛି ।

ତେଣୁ ଗୋଟିଏ ମାମଲା ସାମ୍ନାକୁ ଆସିଲେ ବି ଗୁରୁତର ସହ ନେବାକୁ ପରାମର୍ଶ ଦିଆଯାଇଛି । ସଂକ୍ରମଣ ଆସିବାର ସମ୍ଭାବନା ରହିଛି ତେଣୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ମଙ୍କିପକ୍ସରେ ସଂକ୍ରମିତ ହେଉଛନ୍ତି ତେବେ ତୁରନ୍ତ ସଙ୍ଗରୋଧରେ ରହିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ସ୍ୱାସ୍ଥ୍ୟକର୍ମୀଙ୍କୁ ଏହି ରୋଗରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।