ଭୋଟ୍ ଗ୍ରହଣ କେନ୍ଦ୍ରକୁ ଯିବାକୁ ହେଲେ ୨ ଡୋଜ୍ ଟିକା, ନେଗେଟିଭ୍ ପ୍ରମାଣପତ୍ର ଜରୁରୀ
ଭୋଟ୍ ଗ୍ରହଣ କେନ୍ଦ୍ରକୁ ଯିବାକୁ ହେଲେ ୨ ଡୋଜ୍ ଟିକା, ନେଗେଟିଭ୍ ପ୍ରମାଣପତ୍ର ଜରୁରୀ
ଭୁବନେଶ୍ବର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବିଗୁଲ ବାଜି ଯାଇଛି। ଆଜିଠାରୁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି। ଏହା ଗଣତି ଶେଷ ଅର୍ଥା ଫେବୃୟାରି ୨୮ ତାରିଖ ପର୍ୟ୍ୟନ୍ତ ବଳବତ୍ତର ରହିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିସନର ଆଦିତ୍ୟ ପାଢ଼ୀ।
କରୋନା କଟକଣା ଭିତରେ ପଞ୍ଚାୟତ ନିର୍ବାଚନ ହେବ । ଆଉ ୫ଟି ପର୍ୟ୍ୟାରେ ହେବ ପଞ୍ଚାୟତ ଭୋଟ । ଆସନ୍ତା ଫେବୃଆରୀ ୧୬, ୧୮, ୨୦, ୨୨ ଓ ୨୪ରେ ଭୋଟ ଗ୍ରହଣ ହେବ । ଏହାଛଡ଼ା ଫେବୃଆରୀ ୨୫, ୨୭ ଓ ୨୮ରେ ଭୋଟ ଗଣତି ହେବ । ତେବେ ନିର୍ବାଚନ ପରିପ୍ରେକ୍ଷୀରେ ଆଜି ଠାରୁ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ନେଇ ଘୋଷଣା କରାଯାଇଛି ।
ତେବେ ଭୋଟ୍ ଗ୍ରହଣ ଏବଂ ପ୍ରଚାର ସମୟରେ କରୋନା କଟକଣା ମଧ୍ୟରେ ନିର୍ବାଚନ ପ୍ରକ୍ରିୟା ଜାରି ରହିବ। ଭୋଟ୍ ଗ୍ରହଣ କେନ୍ଦ୍ରକୁ ପ୍ରବେଶ ପୂର୍ବରୁ ୨ ଡୋଜ୍ ଟିକା ନେବା ଜରୁରୀ। ଏଂବ କାରୋନା ନେଗେଟିଭ୍ ଟିକା ନେଇଥିବା ଜରୁରୀ। ତେଣୁ ଭୋଟ୍ଦାତା ସେମାନଙ୍କ ଆଣ୍ଟିଜେନ୍ ଓ ଆର୍ଟିପିସିଆର୍ ଟେଷ୍ଟ କରାଇବା ଆବଶ୍ୟକ ବୋଲି ରାଜ୍ୟ ନିର୍ବାଚନ କମିସନର କହିଛନ୍ତି। ଏତଦ୍ ବ୍ୟତୀତ
ପ୍ରଚାର ପାଇଁ ପଥପ୍ରାପ୍ତ ପଦଯାତ୍ରା, ବାଇକ ରାଲି ପାଇଁ ଅନୁମତି ନାହିଁ, ସର୍ବାଧିକ ୫ ଜଣଙ୍କୁ ଧରି ପ୍ରାଥୟୀମାନେ ଘରକୁ ଘର ପ୍ରଚାର କରିପାରିବେ
ପ୍ରକାଶ ଯେ ଗତକାଲି ଆୟୋଜିତ ସର୍ବଦଳୀୟ ବୈଠକ ପରେ ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପାଢ଼ି ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ରାଜ୍ୟପାଳଙ୍କୁ ଅବଗତ କରିଥିଲେ ରାଜ୍ୟ ନିର୍ବାଚନ କମିଶନର । ରାଜ୍ୟପାଳଙ୍କ ବ୍ୟତୀତ ପୁଲିସ୍ ଡିଜି ସୁନୀଲ ବଂଶଲ ଓ ଗୃହ ସଚିବଙ୍କୁ ଭେଟି ଆଲୋଚନା କରିଥିଲେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢ଼ୀ । ତେଣୁ ଆଜି ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନର ତାରିଖ ଘୋଷଣା କରିବା ନେଇ ଚର୍ଚ୍ଚା ଜୋର ଧରିଥିଲା।




admin 