ଭେଣ୍ଡିର ଦାମ୍‌ ୮୦୦ ଟଙ୍କା, ଚର୍ଚ୍ଚାରେ ମଧ୍ୟପ୍ରଦେଶର ଚାଷୀ

ଭେଣ୍ଡିର ଦାମ୍‌ ୮୦୦ ଟଙ୍କା, ଚର୍ଚ୍ଚାରେ ମଧ୍ୟପ୍ରଦେଶର ଚାଷୀ

ଭେଣ୍ଡିର ଦାମ୍‌ ୮୦୦ ଟଙ୍କା, ଚର୍ଚ୍ଚାରେ ମଧ୍ୟପ୍ରଦେଶର ଚାଷୀ

ନୂଆଦିଲ୍ଲୀ: ମଟନ୍‌ କେଜି ମୂଲ୍ୟଠାରୁ ଭେଣ୍ଡି କିଲୋର ଦାମ୍‌ ଅଧିକ। ଏହି ମୂଲ୍ୟବାନ ଭେଣ୍ଡିର ଦାମ୍‌ କେଜି ୮୦୦ ଟଙ୍କା। ଶୁଣିଲେ ଆଶ୍ଚର୍ୟ୍ୟ ଲାଗେ। ହେଲେ କଥାଟା ସତ। ଏହି ଭେଣ୍ଡିକୁ ବିକି ଭଲ ରୋଜଗାର କରିଛନ୍ତି ଜଣେ ଚାଷୀ। ଭେଣ୍ଡିର ରଙ୍ଗ ଲାଲ ଏବଂ ଏହାର ଔଷଧୀୟ ଗୁଣ ରହିଛି ବୋଲି କୁହାଯାଉଛି।   ମଧ୍ୟପ୍ରଦେଶର ଜଣେ  ପରିବା ଚାଷୀ ତାଙ୍କ କ୍ଷେତରେ ଏକ ନୂତନ କିସମର ଲାଲ୍ ରଙ୍ଗର ଭେଣ୍ଡି ଅମଳ କରି ଏବେ ଚର୍ଚ୍ଚାରେ ଅଛନ୍ତି। ଆଣ୍ଟିଅକ୍ସିଡାଣ୍ଟ ଏବଂ ଭରପୂର ଭିଟାମିନ୍ ରହିଥିବା ଏହି ଭେଣ୍ଡି ମୂଲ୍ୟ ଏତେ ଟଙ୍କା ହୋଇଥିବ ବୋଲି କୁହାଯାଉଛି। ମଧ୍ୟପ୍ରଦେଶର ଭୋପାଳ ଜିଲ୍ଲାର ଖଜୁରୀକାଲାନ ଅଞ୍ଚଳର ଜଣେ ପରିବା ଚାଷୀ ମିସ୍ରିଲାଲ ରାଜପୁତ ତାଙ୍କ କ୍ଷେତରେ ଲାଲ ରଙ୍ଗର ଭେଣ୍ଡି ଅମଳ କରିବା ପରେ ଏହାକୁ ନେଇ ଏବେ ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହୋଇଛି। ନିଜ କ୍ଷେତରେ ଅମଳ କରିଥିବା ଲାଲ ଭେଣ୍ଡି ସମ୍ପର୍କରେ ପରିବା ଚାଷୀ ମିସ୍ରିଲାଲ କହିଛନ୍ତି, ସେ ଯେଉଁ ଭେଣ୍ଡି ଚାଷ କରିଛନ୍ତି  ଏହା ସାଧାରଣ ସବୁଜ ରଙ୍ଗ ବଦଳରେ ନାଲି ରଙ୍ଗର।  ସବୁଜ ଭେଣ୍ଡି ଅପେକ୍ଷା ଏହା ଶରୀର ପାଇଁ ଅଧିକ ଲାଭଦାୟକ ଏବଂ ଅଧିକ ମାତ୍ରାରେ ପୁଷ୍ଟିକର। ହୃଦରୋଗ ଏବଂ ରକ୍ତଚାପ, ମଧୁମେହ, ଉଚ୍ଚ କୋଲେଷ୍ଟ୍ରଲର ସମ୍ମୁଖୀନ ହେଉଥିବା ଲୋକଙ୍କ ପାଇଁ ଏହା ଲାଭଦାୟକ’ ବୋଲି ସେ କହିଛନ୍ତି। ଏହି ଲାଲ ଭେଣ୍ଡିର ଚାଷ ପ୍ରକ୍ରିୟା ସଂପର୍କରେ ସେ କହଛନ୍ତି ସେ ବାରାଣାସୀର ଏକ କୃଷି ଗବେଷଣା ଓ ଅନୁସନ୍ଧାନ ପ୍ରତିଷ୍ଠାନରୁ ଏହି ଭେଣ୍ଡିର ମଞ୍ଜି କିଣିଥିଲେ। ଜୁଲାଇ ପ୍ରଥମ ସପ୍ତାହରେ ମଞ୍ଜିଗୁଡ଼ିକୁ ବୁଣିଥିଲେ। ପ୍ରାୟ ୪୦ ଦିନ ମଧ୍ୟରେ ଭେଣ୍ଡି ଗଛଗୁଡ଼ିକ ଉଠି ବଢ଼ିବାରେ ଲାଗିଥିଲା ଏବଂ  ଫଳ ଧରିଥିଲା। ମିସ୍ରିଲାଲଙ୍କ ଅନୁଯାୟୀ, ଲାଲ୍ ଭେଣ୍ଡିର ଚାଷ ସମୟରେ କୌଣସି ପ୍ରକାରର କ୍ଷତିକାରକ କୀଟନାଶକ ବ୍ୟବହାର କରାଯାଇ ନଥିଲା। ସେ କହିଛନ୍ତି ଯେ ଏକ ଏକର ଜମିରେ ସର୍ବନିମ୍ନ ୪୦-୫୦ କ୍ୱିଣ୍ଟାଲ ଏବଂ ସର୍ବାଧିକ ୭୦-୮୦ କ୍ୱିଣ୍ଟାଲ ଲାଲ ଭେଣ୍ଡି ଚାଷ କରାଯାଇପାରିବ।