ଭୂମିକମ୍ପ ଝଟକାରେ ଥରିଲା ନେପାଳ
ଭୂମିକମ୍ପ ଝଟକାରେ ଥରିଲା ନେପାଳ
କାଠମାଣ୍ଡୁ: ଭୂଭିକମ୍ପ ପରେ ଭୂମିକମ୍ପ । ୨ଘଣ୍ଟା ମଧ୍ୟରେ ୩ଟି ଭୂମିକମ୍ପ ନେପାଳର ଛାତି ଥରାଇ ଦେଇଛି । ରାତି ୧.୨୩, ରାତି ୨.୦୩ ଓ ଭୋର ୩.୨୮ରେ ନେପାଳର ବାଗଲୁଙ୍ଗ ଜିଲ୍ଲା ଓ ଏହାର ଆଖପାଖ ଅଂଚଳରେ ଭୂକମ୍ପ ଝଟକା ଅନୁଭବ ହୋଇଛି । ଲୋକମାନେ ଶୋଇଥିବା ଅବସ୍ଥାରେ ହିଁ ଭୂକମ୍ପ ହୋଇଥିଲା ।
ନେପାଳର ଜାତୀୟ ଭୂକମ୍ପ ମନିଟରିଂ ଓ ରିସର୍ଚ୍ଚ ସେଣ୍ଟର କହିଛି ଯେ ବାଗଲୁଙ୍ଗ ଜିଲ୍ଲାର ଅଧିକାରୀ ଚୌରରେ ପ୍ରଥମେ ରାତି ୧.୨୩ରେ ଭୂକମ୍ପ ଝଟକା ଅନୁଭବ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୭ ରେକର୍ଡ କରାଯାଇଛି । ସେହିପରି ଜିଲ୍ଲାର ଖୁଙ୍ଗା ଅଂଚଳରେ ରାତି ୨.୭ରେ ଆଉ ଏକ ଝଟକା ଅନୁଭୂତ ହୋଇଥିଲା । ଏହାର ତୀବ୍ର ୫.୩ ରହିଥିଲା । ଲଗାତର ଦୁଇଟି ଝଟକାର ପ୍ରାୟ ୧ ଘଣ୍ଟା ପରେ ଅର୍ଥାତ ଭୋର ୩.୨୮ରେ ଅଧିକାରୀ ଚୌର ଅଂଚଳରେ ପୁଣି ଗୋଟିଏ ଭୂକମ୍ପ ଝଟକା ଲାଗିଥିଲା ।
ଏହାର ତୀବ୍ରତା ୪.୦ ରହିଥିଲା । ୩ଟି ଯାକ ଭୂକମ୍ପ ବାଗଲୁଙ୍ଗ ଜିଲ୍ଲାରେ ହୋଇଥିଲେ ମଧ୍ୟ ଏଯାଏ କୌଣସି କ୍ଷୟକ୍ଷତିର ରିପୋର୍ଟ ସାମ୍ନାକୁ ଆସିନାହିଁ । କିନ୍ତୁ ଭୂକମ୍ପ ଝଟକା ପରେ କିଛି ଲୋକ ଭୟରେ ଖୋଲା ସ୍ଥାନକୁ ଚାଲି ଆସିଥିବା ଦେଖିବାକୁ ମିଳିଛି । ଅଧିକାଂଶ ଲୋକ ଶୋଇ ପଡିଥିବାରୁ ଝଟକାକୁ ଅନୁଭବ ମଧ୍ୟ କରି ପାରି ନାହାନ୍ତି ।




admin 