ଭିଜିଲାନ୍‌ସ ଜାଲରେ ମୁଖ୍ୟ କିରାଣି

ଭିଜିଲାନ୍‌ସ ଜାଲରେ ମୁଖ୍ୟ କିରାଣି

ଭିଜିଲାନ୍‌ସ ଜାଲରେ ମୁଖ୍ୟ କିରାଣି

ବଲାଙ୍ଗୀର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ସୋନପୁର ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟର ମୁଖ୍ୟ କିରାଣୀ । ମୁଖ୍ୟ କିରାଣି ରମେଶ ପ୍ରସାଦ ନାଗଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ରେଡ଼୍ କରିଛି। 

ଭିଜିଲାନ୍ସର ୩ଟି ଟିମ୍ ଏକକାଳୀନ ୩ଟି ସ୍ଥାନରେ ଚଢ଼ଉ ଜାରି ରଖିଛି। ସେହି ସବୁ ସ୍ଥାନ ଗୁଡ଼ିକ ହେଉଛି ସୋନପୁରରେ ଥିବା ତାଙ୍କ ଅଫିସ, ବଲାଙ୍ଗୀର ଶାନ୍ତିପଡା, ତାଲପାଲିପଡରେ ଥିବା ଘର। ବର୍ତ୍ତମାନ ସୁଦ୍ଧା ବିଭିନ୍ନ ମୁଲ୍ୟବାନ କାଗଜପତ୍ର ମିଳିଥିବା ସୂଚନା ମିଳିଛି ଏବଂ କିଛି ସୁନା ଗହଣା ମଧ୍ୟ ଜବତ ହୋଇଛି। 

ଶାନ୍ତିପଡାରେ ତାଙ୍କ ୩ ମହଲା କୋଠା ମଧ୍ୟ ରହିଛି। ତେବେ ଏହି ଚଢାଉ ବେଳେ ରମେଶ ସଫେଇ ଦେଇଛନ୍ତି ଯେ, ମୁଁ କୌଣସି ଠକେଇ ମାମଲାରେ ଲିପ୍ତ ନାହିଁ ଏହି ସବୁ ସମ୍ପତ୍ତି ଆମ ୪ ଭାଇଙ୍କ ନାଁରେ ଅଛି। ହେଲେ ସେପଟେ ଭିଜିଲାନ୍ସ ଟିମ୍ ହାତରେ କିଛି ତଥ୍ୟ ଲାଗିଥିବାରୁ ଅଧିକ ଖୋଳତାଡ଼ ଚାଲିଛି।