କରୋନା ଟିକା ନନେଲେ ମିଳିବନି ରାସନ ସାମଗ୍ରୀ

କରୋନା ଟିକା ନନେଲେ ମିଳିବନି ରାସନ ସାମଗ୍ରୀ

କରୋନା ଟିକା ନନେଲେ ମିଳିବନି ରାସନ ସାମଗ୍ରୀ

ନୂଆଦିଲ୍ଲୀ : ଟିକାକରଣକୁ ନେଇ ଆସିଛି ଏକ ବଡ଼ ଖବର। ସବୁ ଲୋକମାନେ ଯେପରି ଟିକା ନେବେ ସେଥିପାଇଁ ସରକାର ନେଇଛନ୍ତି ଏହି ନିଷ୍ପତ୍ତି। ତେବେ ଏହି ନିଷ୍ପତ୍ତି ଏବେ ମଧ୍ୟପ୍ରଦେଶ ସରକାର ଜାରି କରିଛନ୍ତି।  ଯାହାଦ୍ୱାରାକି କରୋନା ଟିକା ନେବା ପାଇଁ ସମସ୍ତେ ଆଗ୍ରହ ପ୍ରକାଶ କରିବାକୁ ବାଧ୍ୟ ହେବେ।। 

ମଧ୍ୟପ୍ରଦେଶ ସରକାରଙ୍କ ସଦ୍ୟତମ ନିର୍ଦ୍ଦେଶ ଅନୁଯାୟୀ, ଯେଉଁମାନେ ଡିସେମ୍ବର ୩୧ ସୁଦ୍ଧା କରୋନା ଟିକା ନନେବେ ସେମାନଙ୍କୁ ଆଉ ରାସନ ମିଳିବ ନାହିଁ।  ତେଣୁ ପିଡିଏସ୍ ଦୋକାନୀମାନେ ଡିସେମ୍ବର ୩୧ ସୁଦ୍ଧା ୧.୧୫ କୋଟି ପରିବାରର ସବୁ ସଦସ୍ୟ ଯେଭଳି ଟିକା ନେଇଥିବେ ତାହା ସୁନିଶ୍ଚିତ କରିବା ଦରକାର। ଯଦି ହିତାଧିକାରୀ ଟିକା ନେଇନଥିବେ ତେବେ ଦୋକାନୀ ସେମାନଙ୍କୁ ଟିକା ଦେବା ପାଇଁ ପରାମର୍ଶ ଦେବେ। ପ୍ରତି ସପ୍ତାହରେ ପିଡ଼ିଏସ ଦୋକାନୀମାନେ ଟିକା ନନେଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ସୂଚନା ପ୍ରଦାନ କରିବେ। 

ମଧ୍ୟପ୍ରଦେଶ ସରକାରଙ୍କ ଏହି ନୂଆ ନିର୍ଦ୍ଦେଶନାମା ଏବେ ଚର୍ଚ୍ଚା ସୃଷ୍ଟିକରିଛି। ଅପରପକ୍ଷରେ ଲୋକମାନେ ଟିକା ନେବାକୁ ଚାହୁଁଥିଲେ ବି ଟିକା ଉପଲବ୍ଧ ହେଉ ନଥିବା ଅଭିଯୋଗ ହେଉଛି।  ସେହିପରି ବେସରକାରୀ ହସପିଟାଲରେ ବି ଲୋକମାନେ ହାତରୁ ଟଙ୍କା ଖର୍ଚ୍ଚ କରି ଟିକା ନେଉନଥିବାରୁ ସେହି ହସପିଟାଲଗୁଡ଼ିକ ଟିକା ଫେରସ୍ତ କରିବାକୁ ବାଧ୍ୟ ହୋଇଛନ୍ତି  ।