ଭିଜିଲାନ୍ସ ଜାଲରେ ବିଡିଓ
ଭିଜିଲାନ୍ସ ଜାଲରେ ବିଡିଓ
ନୂଆପଡ଼ା : ପୁଣି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ସରକାରୀ ଅଧିକାରୀ। ନୂଆପଡ଼ା ଜିଲ୍ଲା ଖଡିଆଳ ବିଡିଓଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ ଜାରି ରହିଛି । ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ ।
ଖବର ଅନୁଯାୟୀ, ଆୟ ବହିର୍ଭତ ସମ୍ପତ୍ତି ଠୁଳ ଅଭିଯୋଗରେ ନୂଆପଡ଼ା ବିଡିଓଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ ଜାରି ରହିଛି । ଏକାସାଙ୍ଗେ ନୂଆପଡ଼ା ଓ ବଲାଙ୍ଗୀର ସମେତ ୫ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ । ଏସବୁ ମଧ୍ୟରେ ବିଡିଓଙ୍କ ପୈତୃକ ଘର, ଅଫିସର ଓ ବାସଭବନ ରହିଛି ।
ତେବେ ଏବେ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ ବିଶେଷ ତଥ୍ୟ ହସ୍ତଗତ ହୋଇନାହିଁ ।




admin 