ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କର୍ମଚାରୀ

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କର୍ମଚାରୀ

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କର୍ମଚାରୀ
ବ୍ରହ୍ମପୁର: ଭିଜିଲାନ୍ସ ହାତରେ ଧରାପଡ଼ିଲେ ବ୍ରହ୍ମପୁର ମହାନଗର ନିଗମର ଅଫିସ୍ ଆସିଷ୍ଟାଣ୍ଟ ଏ. ଲକ୍ଷ୍ମୀ ପ୍ରସାଦ ରାଓ। ହୋଟେଲ ମାଲିକଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଗତକାଲି ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ବ୍ରହ୍ମପୁରସ୍ଥିତ ପିଢ଼ା ହୋଟେଲ ବିଏମସି ପକ୍ଷରୁ ନିର୍ମିତ ଦୋକାନ ଘରେ ଚାଲିଛି। ଦୋକାନ ଗୃହର ମାଲିକାନା ସତ୍ତ୍ୱ ବଦଳାଇବା ନିମନ୍ତେ ଲକ୍ଷ୍ମୀ ପ୍ରସାଦ ହୋଟେଲ ମାଲିକ ନାରାୟଣ ସାହୁଙ୍କୁ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ନାରାୟଣ ପୂର୍ବରୁ ଭିଜିଲାନ୍ସକୁ ଅବଗତ କରାଇଥିଲେ। ଫଳରେ ପୂର୍ବ ଯୋଜନା ମୁତାବକ ଲାଞ୍ଚ ନେଉଥିବା ବେଳେ ସେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। ଲକ୍ଷ୍ମୀ ପ୍ରସାଦଙ୍କ ପୁରୁଷୋତ୍ତମପୁରରେ ଥିବା ଘର ଓ ସରକାରୀ କ୍ୱାର୍ଟର୍ସରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି।